Date: June 29, 2020

Total 83 Posts

ଆସନ୍ତାକାଲି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ ୪ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ । ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ଦ୍ରୁତ ଗତିବାରେ ବ୍ୟାପିବାରେ ଲାଗିଛି । ଅନ୍ୟପଟେ ଗଲୱାନ୍ ଘାଟିରେ ହୋଇଥିବା ହିଂସା ମାମଲାରେ ଚୀନ୍ ସୀମାରେ ଉତ୍ତେଜନା ବୃଦ୍ଧି

ତାମିଲ୍‌ନାଡ଼ୁରେ ୫ତାରିଖ ଯାଏଁ ୫ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ

କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ତାମିଲନାଡୁ ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧ତାରିଖରୁ ତାମିଲନାଡୁର ୫ ଜିଲ୍ଲାରେ ଜୁଲାଇ ୫ତାରିଖ ଯାଏଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ସେହିପରି ପୂରା ରାଜ୍ୟରେ ଜେନେରାଲ ଲକଡାଉନକୁ

୧୫ ଓଏଏସ୍ ବଦଳି ନେଇ ବିଜ୍ଞପ୍ତି ଜାରି କଲା ସାଧାରଣ ପ୍ରଶାସନ ବିଭାଗ

ରାଜ୍ୟ ସରକାର ଆଜି ୧୫ଜଣ ଓଏଏସଙ୍କୁ ବଦଳି ନିର୍ଦେଶ ଜାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ଅତିରିକ୍ତ

ଘୃଣ୍ୟ କାଣ୍ଡ: ତେଲଙ୍ଗାନାରେ ମାଙ୍କଡ଼କୁ ଦିଆଗଲା ଫାଶୀ

ପ୍ରାଣୀଙ୍କ ପ୍ରତି ମଣିଷର ବର୍ବରତାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ତେଲଙ୍ଗାନାର ଖାମ୍ମମ ଜିଲାରେ ଗୋଟିଏ ମାଙ୍କଡ଼କୁ ଗ୍ରାମବାସୀ ଫାଶୀ ଦେଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମାଙ୍କଡଟି ଜୀବନ

ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଡିଜିଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀଙ୍କ ଦ୍ୱାରା ନାବାଳିକା ସହ ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପି ପ୍ରତିନିଧି ଦଳ ଆଜି ପୁଲିସ୍ ଡିଜିଙ୍କୁ ଭେଟିଛି । ଏହି ଦୁଇଟି

ପ୍ରତିରୋଧ କ୍ଷମତା ବଢାଇବା ପାଇଁ ମମତା ସରକାର ବିକ୍ରି କରିବେ ‘ସନ୍ଦେଶ’ ମିଠା

ପଶ୍ଚିମବଙ୍ଗ ମିଠାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ କୋଭିଡ୍-୧୯ ମହାମାରୀ ସମୟରେ ଭଲ ଖବର ରହିଛି । ପଶ୍ଚିମବଙ୍ଗ ସରକାର ‘ସନ୍ଦେଶ’କୁ ବଜାରକୁ ଛାଡିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ସୁନ୍ଦରବନର ମହୁ ବ୍ୟବହାର କରାଯିବ, ଯାହା ଶରୀରରେ ପ୍ରତିରୋଧକ

ସରକାରଙ୍କ ତରଫରୁ ଜାରି ହେଲା ଅନଲକ୍-୨ ଗାଇଡଲାଇନ୍ସ

କରୋନା ସଂକ୍ରମଣ ଭିତରେ ଆଜି ଭାରତର ସରକାର ଅନଲକ-୨ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଜୁଲାଇ ୧ରୁ ସମଗ୍ର ଦେଶରେ ଅନଲକନ-୨ କାର୍ଯ୍ୟକାରୀ ହୋଇ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ । ଏହି ଗାଇଡ୍ ଲାଇନ୍ ଅନୁସାରେ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମୋଦିଙ୍କୁ ଭେଟିବେ ଶିବରାଜ

ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି । ଏହାକୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ଘରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା ଓ ମନ୍ତ୍ରୀ ସୁହାସ

ମହଙ୍ଗା ହେଲା ଇଲେକଟ୍ରୋନିକ୍ସ ପ୍ରଡକ୍ଟ

ଚୀନ ସାମଗ୍ରୀ ଉପରେ ଭାରତ ବର୍ତ୍ତମାନ କିଛିଟା ନିର୍ଭରଶୀଳ ଥିବାରୁ ଚାହିଁଲେ ମଧ୍ୟ ଏଗୁଡ଼ିକୁ ରାତାରାତି ନିଷେଧ କରିବାରେ ବାଧା ଉପୁଜିଛି । ବିଶେଷକରି ଗଲଓ୍ୱାନ ଘାଟିରେ ଚାଇନା ସେନାର ନୃଶଂସ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ଯୋଗୁଁ

ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ତୃତୀୟ ଥର ଲାଗି ଘୁଞ୍ଚାଇଲେ ସରକାର

ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ସରକାର ତୃତୀୟ ଥର ଲାଗି ଘୁଞ୍ଚାଇ ଦେଇଛନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ଏହାକୁ ଆଗାମୀ ୨ ମାସ ଘୁଞ୍ଚାଯାଇଛି । କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ

ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଭାରତକୁ ବିଶ୍ୱବ୍ୟାଙ୍କ ଦେଲା ୫୦୦ ନିୟୁତ ଡଲାର

ଭାରତରେ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ରବିବାର ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାର ଋଣ ସହାୟତା ପ୍ରଦାନ କରିଛି । ବ୍ୟାଙ୍କର ବୋର୍ଡ ଅଫ ଏକଜିକ୍ୟୁଟିଭ ଡାଇରେକ୍ଟର୍ସ ଏହି ଋଣ ରାଶିକୁ ମଞ୍ଜୁର କରିଥିବା ସୂଚନା ମିଳିଛି । ଏହି ଅର୍ଥ