ଖୁସି ଖବର: ଭାରତରେ ୨୦ହଜାର ନିଯୁକ୍ତି ଦେବ ଆମାଜନ୍

Spread the News

ଇ-କମର୍ସ କମ୍ପାନି ଆମାଜନ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଅନ୍‌ଲାଇନ୍‌ ସପିଙ୍ଗ୍‌ର ନୂଆ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିସାରିଛି । ଏଥିପାଇଁ ଅନ୍ୟୁନ ୨୦,୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି କମ୍ପାନି ତରଫରୁ ଘୋଷଣା କରାଯାଇସାରିଛି । ଏହି ନିଯୁକ୍ତିଗୁଡ଼ିକ ଯଥାକ୍ରମେ ହାଇଦ୍ରାବାଦ, ପୁନେ, କୋଏମ୍ବାଟୁର, ନୋଏଡ଼ା, କୋଲକାତା, ଜୟପୁର, ଚଣ୍ଡିଗଡ଼, ମାଙ୍ଗାଲୋର, ଇନ୍ଦୋର, ଭୋପାଳ ଓ ଲକ୍ଷ୍ନୌ ଭଳି ସହରରେ ଦିଆଯିବ ବୋଲି କମ୍ପାନି କର୍ତ୍ତୃପକ୍ଷ ଜଣାଇଛନ୍ତି । ତେବେ ଏଠାରେ ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ହେଲା ଅଧିକାଂଶ ଚାକିରି ‘ଭର୍ଚୁଆଲ୍‌ କଷ୍ଟମର ସର୍ଭିସ’ କାର୍ଯ୍ୟକ୍ରମର ଅଂଶବିଶେଷ, ଅର୍ଥାତ୍‌ କର୍ମଚାରୀମାନେ ଘରେ ବସି କାମ କରିବାର ସୁଯୋଗ ପାଇବେ ।

Tags: