ରଥଯାତ୍ରା ବନ୍ଦ ଚକ୍ରାନ୍ତ: ଓଡ଼ିଶା ବିକାଶ ପରିଷଦର ଭୂମିକାକୁ ସନ୍ଦେହ ଦୃଷ୍ଟିରେ ଦେଖିଲେ ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ

Spread the News

ରଥଯାତ୍ରା ବନ୍ଦ କରିବା ପାଇଁ ହୋଇଥିବା ଚକ୍ରାନ୍ତ ଘଟଣାରେ ଓଡିଶା ବିକାଶ ପରିଷଦ ଭୂମିକାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଲଢିବାକୁ ଦେଶର ବଡ ବଡ ଓକିଲଙ୍କୁ ନିଯୁକ୍ତ କରିବା ପାଇଁ ଓଡିଶା ବିକାଶ ପରିଷଦ ଅର୍ଥବଳ ନାହିଁ, ଏଣୁ ଏହି ଏନଜିଓ ଏତେ ନାମୀଦାମୀ ଓକିଲଙ୍କୁ କେସ ଦେବା ପଛରେ ନିଶ୍ଚୟ କେହି ଜଣେ ପ୍ରଭାବୀ ସଂସ୍ଥା କି ବ୍ୟକ୍ତି ରହିଛନ୍ତି । ଏସବୁର ତଦନ୍ତ ହେବା ଆବଶ୍ୟକ । ରଥଯାତ୍ରାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିବା ଓଡ଼ିଶା ବିକାଶ ପରିଷଦ ସକାଶେ କିଏ ଅର୍ଥ ଖର୍ଚ୍ଚ କରିଛନ୍ତି, କୌଣସି ଭିନ୍ନ ଧର୍ମର ସ°ସ୍ଥା, ଏହି ଚକ୍ରାନ୍ତ ପଛରେ ନାହାନ୍ତି ତ ! ତାହାର ତଦନ୍ତ ହେବା ସମୟ ଅନୁସାରେ ଜରୁରୀ ହୋଇପଡ଼ିଛି । ଦିଲ୍ଲୀପ ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶା ବିକାଶ ପରିଷଦର ମୁଖ୍ୟ ସୁଶାନ୍ତ ପାଢୀ ରଥଯାତ୍ରାକୁ ବନ୍ଦ କରିବା ନେଇ ହାଇକୋର୍ଟରେ କରିଥିବା ଆବେଦନର ୧୫ଦିନ ପୂର୍ବଠାରୁ ଜୁନ ୨୫ତାରିଖ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଟେଲିଫୋନ/ମୋବାଇଲର କଲ ହିଷ୍ଟ୍ରୀକୁ ଯାଞ୍ଚ କରାଯାଇ ତଦନ୍ତଭୁକ୍ତ କରାଯିବାର ଆବଶ୍ୟକତା ରହିଛି । ଏପରି ହୋଇପାରିଲେ ରଥଯାତ୍ରା ବନ୍ଦ ନେଇ କରାଯାଇଥିବା ଚକ୍ରାନ୍ତ ପଛର ବାସ୍ତବତା ରାଜ୍ୟବାସୀ ଜାଣିବାକୁ ପାଇବେ ବୋଲି କହିଛନ୍ତି ଦିଲ୍ଲୀପ ମଲ୍ଲିକ ।