ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ତୃତୀୟ ଥର ଲାଗି ଘୁଞ୍ଚାଇଲେ ସରକାର

Spread the News

ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ସରକାର ତୃତୀୟ ଥର ଲାଗି ଘୁଞ୍ଚାଇ ଦେଇଛନ୍ତି । ସୂଚନା ଅନୁସାରେ, ବର୍ତ୍ତମାନ ଏହାକୁ ଆଗାମୀ ୨ ମାସ ଘୁଞ୍ଚାଯାଇଛି । କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଖାଯାଇଛି । ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏୟାର ଇଣ୍ଡିଆର ଘରୋଇକରଣ ଲାଗି ସରକାର ପ୍ରଥମେ ଚଳିତ ବର୍ଷ ଜାନୁୟାରୀ ୨୭ରେ ପ୍ରକ୍ରିୟା ଆରମ୍ଭ କରିବା ପରେ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଆଗ୍ରହ ପତ୍ର ଆହ୍ୱାନ କରାଯାଇଥିଲା ।

Tags: