ମହଙ୍ଗା ହେଲା ଇଲେକଟ୍ରୋନିକ୍ସ ପ୍ରଡକ୍ଟ

Spread the News

ଚୀନ ସାମଗ୍ରୀ ଉପରେ ଭାରତ ବର୍ତ୍ତମାନ କିଛିଟା ନିର୍ଭରଶୀଳ ଥିବାରୁ ଚାହିଁଲେ ମଧ୍ୟ ଏଗୁଡ଼ିକୁ ରାତାରାତି ନିଷେଧ କରିବାରେ ବାଧା ଉପୁଜିଛି । ବିଶେଷକରି ଗଲଓ୍ୱାନ ଘାଟିରେ ଚାଇନା ସେନାର ନୃଶଂସ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ଯୋଗୁଁ କେନ୍ଦର ସରକାରଙ୍କ ଦ୍ୱାରା ସୀମାରେ ବହିଃଶୁଳ୍କ ବିଭାଗ ପକ୍ଷରୁ କଟକଣା କଡାକଡି କରାଯାଇଛି । ଚାଇନାରୁ ଆସୁଥିବା ସାମଗ୍ରୀଗୁଡିକୁ ୧୦୦% ପରୀକ୍ଷଣର ଆଦେଶ ଦିଆଯାଇଛି । ଫିଜିକାଲ ଭେରିଫିକେଶନରେ ସମୟ ଲାଗିବା ଯୋଗୁ ଯୋଗାଣ ଚେନ୍‌ରେ ଅହେତୁକ ବିଳମ୍ୱ ହେଉଛି । ଖାସ୍‌ ଏଇଥିଲାଗି ଦେଶରେ ଇଲେକଟ୍ରୋନିକ୍ସ ସାମଗ୍ରୀ ମହଙ୍ଗା ହେଉଅଛି । ରିପୋର୍ଟ ଅନୁସାରେ, ଲକଡାଉନ ପରେ ପରେ ଚାହିଦାରେ ଦ୍ରୁତ ପରିବର୍ତ୍ତନ ଆସିଥିବାରୁ ସାମଗ୍ରୀଗୁଡ଼ିକର ଯୋଗାଣ ଉପରେ ଗଭୀର ପ୍ରଭାବ ପଡିଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଇଲେକଟ୍ରୋନିକ୍ସ ବର୍ଗରେ ଅଧିକାଂଶ ଅଫର ହଟାଇ ଦିଆଯାଇଛି ।

Tags: