latest

ନେପୋଟିଜମ୍‌ ପାଇଁ ପ୍ରଭାବିତ ହେଲା କରନ୍‌ ଜୋହରଙ୍କର ବ୍ୟକ୍ତିଗତ ଜୀବନ

Spread the News

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ସାରା ଦେଶରେ ନେପୋଟିଜମ୍‌ ବା ପ୍ରିୟା ପ୍ରୀତିତୋଷଣକୁ ନେଇ ଆଲୋଚନା ଜୋର୍‌ ଧରିଛି । ଏନେଇ ସୋସିଆଲ ମିଡିଆରେ ମଧ୍ୟ ଷ୍ଟାର କିଡ୍‌ସଙ୍କୁ ପ୍ରବଳ ଟ୍ରୋଲ କରାଯାଉଥିବାର ଲକ୍ଷ୍ୟ କରାଯାଉଛି । ଏତେ ମାତ୍ରାରେ ଟ୍ରୋଲ ହେବା ପରେ ଏବେ କିଛି ଷ୍ଟାର କିଡ୍‌ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍‌ କରୁଥିବା ବେଳେ ଆଉ କିଛି କମେଣ୍ଟ ସେକ୍ସସନ୍‌କୁ ଅଫ୍‌ କରି ଦେଇଛନ୍ତି । ଏସବୁ ଭିତରେ କରନ୍‌ ଜୋହରଙ୍କୁ ନେଇ ଆଉ ଏକ କଥା ସାମ୍ନାକୁ ଆସିଛି । କରଣ ଜୋହର ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ୍‌ (ମାମି)କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେ ଏହି ଫିଲ୍ମ ଫେଷ୍ଟିଭାଲର ଜଣେ ବରିଷ୍ଠ ସଦସ୍ୟ ଥିଲେ । ରିପୋର୍ଟ ଅନୁସାରେ, କରନ୍‌ ଜୋହର ଏବେ ଟ୍ଵିଟରରେ କେବଳ ୮ ଜଣଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ଅନ୍‌ଫଲୋ କରିଦେଇଛନ୍ତି । ଏଥିସହ ୟୁଜର୍ସଙ୍କ ପାଇଁ ଇନ୍‌ଷ୍ଟାଗ୍ରାମ୍‌ର କମେଣ୍ଟ ସେକ୍ସନ୍‌କୁ ବି ବ୍ଲକ କରି ଦେଇଛନ୍ତି । ଏହି କାରଣରୁ ତାଙ୍କର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ହୋଇସାରିଛି । ଅନ୍ୟପଟେ କଙ୍ଗନାଙ୍କ ଭିଡିଓରେ ସେ ନିଜର ମର୍ଯ୍ୟାଦା ହାନି ଘଟିଥିବା ଅନୁଭବ କରିଥିବାର ଜଣାଇଛନ୍ତି । ଏଥିସହ ଯେଉଁ ଷ୍ଟାର କିଡ୍ସଙ୍କ ସହ ସେ କାମ କରିଛନ୍ତି ସେମାନେ ମଧ୍ୟ ଏହି ସମୟରେ ତାଙ୍କୁ ସମର୍ଥନ ଦେଇନଥିବାରୁ କରନ୍‌ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି । କୁହାଯାଉଛି ଯେ ସେ ଏହିସବୁ କାରଣରୁ ଚିନ୍ତାରେ ମାମିର ଡାଇରେକ୍ଟର ସ୍ମୃତି କିରଣଙ୍କୁ ଇସ୍ତଫା ମେଲ୍‌ କରିଛନ୍ତି କରନ୍‌ ଜୋହର ।