ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପାକିସ୍ତାନ ଦୂତାବାସର ୧୪୩ ଅଧିକାରୀ ପହଞ୍ଚିଲେ ଆଟ୍ଟାରୀ-ଓ୍ଵାଘା ସୀମାରେ

Spread the News

ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ କରିବାକୁ ଭାରତ ସରକାର କଡ଼ା ନିର୍ଦ୍ଦେଶ ଜାରି କରିବା ପରେ ପାକିସ୍ତାନ ଦୂତାବାସର ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆଟ୍ଟାରୀ-ଓ୍ଵାଘା ସୀମାରେ ପହଞ୍ଚିଛନ୍ତି । ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ମୁତୟନ ଥିବା ଦୁଇ ଅଧିକାରୀ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଘଟଣାକୁ ଭାରତ ସରକାର ଗୁରୁତ୍ୱର ସହିତ ନେବା ସହ ପାକିସ୍ତାନୀ ଦୂତାବାସର ଅଧିକାରୀ ସୟଦ ହାୟଦର ଶାହାଙ୍କୁ ଡକାଇଥିଲେ । ଦୁଇ ଅଧିକାରୀଙ୍କ ବାବଦରେ ତାଙ୍କୁ ସମସ୍ତ ତଥ୍ୟ ପ୍ରମାଣ ଦେବା ସହ ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା କର୍ମଚାରୀଙ୍କ ସଂଖ୍ୟା ଯେଣତେଣ ପ୍ରକାରେ ୫୦ ପ୍ରତିଶତକୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଆଜି ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା ପାକିସ୍ତାନର ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ନିଜର ଗନ୍ତବ୍ୟ ପଥରେ ଆଟ୍ଟାରୀ- ଓ୍ଵାଘା ସୀମାରେ ପହଞ୍ଚିଛନ୍ତି ।

Tags: