କଟକରୁ ୨ କରୋନା ପଜିଟିଭ ଚିହ୍ନଟ

Spread the News

ରାଜ୍ୟରେ ଏବେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ରାଜ୍ୟରେ ୭ ହଜାର ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ଲଢୁଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ସହରରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତ ଲୋକାଲ କେସ ବୋଲି ଜଣାପଡିଛି । ସିଡିଏ ସେକ୍ଟର ୯ ଅଂଚଳରୁ ଜମେ ୩୭ ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ରାଣୀହାଟ ଅଂଚଳର ୫୨ ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି । ଚିହ୍ନଟ ପୁରୁଷ ଜଣକ ଏକ ସରକାରୀ ହସ୍ପିଟାଲର କର୍ମଚାରୀ ।

Tags: