ଗଲୱାନରେ ୪୨୩ ମିଟର ମାଡ଼ିଆସିଛି ଚୀନ୍‌ ସେନା

Spread the News

ଲଦାଖର ଗଲୱାନ ଘାଟିରେ ଚୀନ ସେନା ଭାରତର ୪୨୩ ମିଟର ଭିତରକୁ ପଶି ଆସିଥିବା ଉପଗ୍ରହ ଚିତ୍ରରୁ ଏହି ତଥ୍ୟ ଏବେ ପଦାକୁ ଆସିଛି। କେବଳ ସେତିକି ନୁହେଁ, ଏହି ଅଞ୍ଚଳ ଭିତରେ ଚୀନ୍ ୧୬ଟି ଟେଣ୍ଟ ଓ ତା‌ରପୋଲିନ୍ ପକାଇଛି। ଗୋଟିଏ ବିରାଟ ବିଶ୍ରାମସ୍ଥଳୀ ନିର୍ମାଣ କରିଛି। 

୧୯୬୦ ମସିହାରେ ଚୀନ ତାହାର ସୀମାକୁ ନେଇ ଯେଉଁ ଦାବି କରିଥିଲା ତାହାର ୪୨୩ ମିଟର ଭିତରକୁ ପଶି ଆସିଛି। ଘରୋଇ ଟିଭି ଚ୍ୟାନେଲ ଏନଡିଟିଭିର ହସ୍ତ‌ଗତ ହୋଇଥିବା ଉଚ୍ଚ କ୍ଷମତାସମ୍ପନ୍ନ ଉପଗ୍ରହ ଚିତ୍ରରୁ ଏହା ଜଣାଯାଇଛି। ଜୁନ ୨୫ ସୁଦ୍ଧା ଭାରତ ସୀମାରେ ଚୀନର ଏହିସବୁ ନିର୍ମାଣ ଏବଂ ଗାଡ଼ି ଥିବା ପ୍ରମାଣ ମିଳିଛି। ତେବେ ଏସଂପର୍କରେ ଭାରତ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ।

Tags: