ଜୁଲାଇ ମାସରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ

Spread the News

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଜୋରଦାର କଟକଣା କରିଛନ୍ତି । ସରକାରୀ କାର୍ଯ୍ୟାଳୟ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଜୁଲାଇ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । କେଉଁ କର୍ମଚାରୀ ଅଫିସ ଆସିବେ, ସଂପୃକ୍ତ ବିଭାଗ ସ୍ଥିର କରିବେ । ଯେଉଁ କର୍ମଚାରୀ ଅଫିସ ଆସିବେନି, ଘରେ ରହିବାକୁ କଡା ନିର୍ଦ୍ଦେଶ ।

ଏବେ ଦେଶରେ ଆରମ୍ଭ ହୋଇସାରିଛି ଅନଲକ ୨.୦ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସାଢେ ତିନି ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢେଇ ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମ ପାଇଁ ଜରୁରୀ । ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ । ମାସ୍କ , ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରାଯିବ । ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ, ଆଇସୋଲେସନରେ ରହିବେ । କୋଭିଡ କେୟାର ହୋମ ଦାୟିତ୍ୱରେ ବି ସରପଂଚମାନେ ରହିବେ । ରାଜ୍ୟରେ ମୋଟ ୧୬୮୨୪ କ୍ୱାରେଣ୍ଟିନ ସେଣ୍ଟର ଥିଲା, ହ୍ରାସ ହେବ । ଏଯାବତ ୭ ଲକ୍ଷ ୪୬ ହଜାର ୦୯୮ ଜଣ କ୍ୱାରେଣ୍ଟିନ ଡିସଚାର୍ଜ ହେଲେଣି । ଏବେ ମୋଟ ୧ ଲକ୍ଷ ୫ ହଜାର ଲୋକ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି ।

Tags: