ବଲିଉଡ ଅଭିନେତା ଅମୀର ଖାଁଙ୍କ ୭ କର୍ମଚାରୀଙ୍କୁ କରୋନା

Spread the News

ବଲିଉଡ ଅଭିନେତା ଅମୀର ଖାଁଙ୍କ କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜ ଟ୍ଵିଟ କରି ସୂଚନା ଦେଇଛନ୍ତି । ଟ୍ଵିଟରରେ ସେ ଲେଖିଛନ୍ତି ଯେ ତାଙ୍କର ଜଣେ କର୍ମଚାରୀଙ୍କ ନମୁନା ପଜିଟିଭ ବାହାରିଛି । ଏହା ଜଣାପଡ଼ିବା ପରେ ବିଏମସି (ବୃହତ ମୁମ୍ବାଇ ମହାନଗରପାଳିକା)ର କର୍ମଚାରୀମାନେ ତାଙ୍କୁ ନେଇ କ୍ୱାରାଣ୍ଟାଇନରେ ରଖିଛନ୍ତି । ତେବେ ତାଙ୍କର ଓ ତାଙ୍କ ପରିବାରର କରୋନା ପରୀକ୍ଷା ହୋଇଥିଲେ ମଧ୍ୟ ତାହା ନେଗେଟିଭ ଆସିଥିବା ଅମୀର କହିଛନ୍ତି । କେବଳ ତାଙ୍କ ମା’ଙ୍କ ପରୀକ୍ଷା ହେବା ବାକି ରହିଛି । ତାଙ୍କୁ ଆଜି ପରୀକ୍ଷା ପାଇଁ ନେଉଛନ୍ତି ବୋଲି ଅମୀର ସୂଚନା ଦେଇଛନ୍ତି ।

ଗଣମାଧ୍ୟମ ସୂଚନା ଅନୁସାରେ ମୋଟ ୭ ଜଣ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ତାଙ୍କ ଡ୍ରାଇଭର ଓ ୨ ଜଣ ଦେହରକ୍ଷୀ ରହିଛନ୍ତି । ମୁମ୍ବାଇର କୋକିିଲାବେନ ହସପିଟାଲରେ ଅମୀର ଓ ତାଙ୍କ ପରିବାରର କରୋନା ପରୀକ୍ଷା ହୋଇଥିବା ଜଣାଯାଇଛି ।