ଚୀନ୍‌ ସହିତ ସୀମା ବିବାଦ: ବିଜେପିକୁ ସମର୍ଥନ କରି କଂଗ୍ରେସକୁ ଟାର୍ଗେଟ କଲେ ମାୟାବତୀ

Spread the News

ଚୀନ୍‌ ସହ ସୀମା ବିବାଦ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ । ସେହିପରି ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି । ଚାଇନା ବିବାଦକୁ ନେଇ ବିଜେପି ଓ କଂଗ୍ରେସ ଯେଉଁଭଳି ରାଜନୀତି କରୁଛନ୍ତି, ତା’କୁ ବି ମାୟାବତୀ ତୀବ୍ର ବିରୋଧ କରିଛନ୍ତି । ମାୟାବତୀ କହିଛନ୍ତି, ଭାରତ-ଚାଇନା ସୀମା ବିବାଦ ପ୍ରସଙ୍ଗରେ ବହୁଜନ ସାମଜ ପାର୍ଟି ସର୍ବଦା ବିଜେପି ସହ ରହିଛି । ଚାଇନା ବିବାଦ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଯେଉଁଭଳି ପରସ୍ପରକୁ ଦୋଷାରୋପ କରୁଛନ୍ତି, ତାହା ଜାତୀୟ ସ୍ୱାର୍ଥ ପାଇଁ କ୍ଷତିକାରକ । ଏହା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ । ଏଭଳି ସ୍ଥିତର ଫାଇଦା ଚାଇନା ନେଇପାରେ ବୋଲି କହିଛନ୍ତି ମାୟାବତୀ । ଏହାସହିତ ମାୟାବତୀ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପଛୁଆ ବର୍ଗ ଓ ଆଦିବାସୀଙ୍କୁ ଅବହେଳା କରିବାରୁ ଆମ ଦଳ ଗଠନ କରିଥିଲୁ । କଂଗ୍ରେସ ଯଦି କ୍ଷମତାରେ ଥିବା ବେଳେ ଲୋକଙ୍କୁ ଚାକିରି ଦେଇଥାଆନ୍ତା, ତା’ହେଲେ ଆଜି କୋଟିକୋଟି ଲୋକ ଚାକିରି ପାଇଁ ଅଲଗା ରାଜ୍ୟକୁ ଯାଇ ନଥାଆନ୍ତେ । ତେଣୁ ବିଜେପି ଏବେ କଂଗ୍ରେସ କରିଥିବା ଭୁଲକୁ ନ ଦୋହରାଇବା ଦରକାର ।

Tags: