latest

ଦେଶରେ ବେକାବୁ କରୋନା, ୫ ଲକ୍ଷ ୬୦ ହଜାର ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

Spread the News

ଦେଶରେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି କରୋନା।  ମୋଟ୍  ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୦ ହଜାର ଟପିଛି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୨୮ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୨ ଲକ୍ଷ ୧୫ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି । ଦେଶରେ ଏ ପର୍ଯ୍ୟନ୍ତ କରୋନାରେ ୧୬ ହଜାର ୭୯୦ ଜଣଙ୍କର ମୃତ୍ୟୁ ଘଟିଲାଣି । ଦୀର୍ଘ  ୬ଦିନ ହେଲା ପ୍ରତିଦିନ ଦେଶରେ ୧୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଜୁନ୍ ମାସରେ ଏପର୍ଯ୍ୟନ୍ତ ୩ ଲକ୍ଷ ୫୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । ମହାରାଷ୍ଟ୍ରରେ ୧ ଲକ୍ଷ ୬୯ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି । ସେହିପରି ଦିଲ୍ଲୀରେ ୮୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । 

Tags: