ଭୋଜନ ଜଲ୍‌ଦି କରିବା ଦ୍ୱାରା ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ…

Spread the News

ଯଦି ଆପଣ ଖାଦ୍ୟକୁ ନଚୋବେଇ ଜଲ୍‌ଦି ଖାଇଦେଉଛନ୍ତି, ତେବେ ଏହି ଅଭ୍ୟାସକୁ ଆଜି ହିଁ ପରିବର୍ତ୍ତନ କରିବା ଶ୍ରେୟଷ୍କର । ଜଲ୍‌ଦି ଜଲ୍‌ଦି ଖାଇବା ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ । ଏହାଦ୍ୱାରା ବିଭିନ୍ନ ରୋଗର ଆଶଙ୍କା ଥାଏ । ଜଲ୍‌ଦି ଖାଇବା ଦ୍ୱାରା ହେଉଥିବା କ’ଣସବୁ କ୍ଷତି ହୋଇଥାଏ ଜାଣନ୍ତୁ…
* ଗବେଷକମାନେ କୁହନ୍ତି ଭୋଜନ ନିମନ୍ତେ ଅତିକମ୍‌ରେ ୨୦ମିନିଟ୍‌ ସମୟ ନେବା ଉଚିତ୍‌, ଯାହାଫଳରେ ଖାଦ୍ୟକୁ ଭଲଭାବରେ ଚୋବେଇ ଖାଇପାରିବେ । ୟୁନିଭର୍ସିଟି ଅଫ୍‌ ବର୍ମିଙ୍ଗହାମ୍‌ର ଗବେଷକମାନେ ପ୍ରକାଶ କରିଛନ୍ତି ଯେ; ଖାଦ୍ୟକୁ ଭଲ ଭାବରେ ଚୋବାଇବା ଦ୍ୱାରା ଆପଣ ଖାଦ୍ୟ କମ୍‌ ଗ୍ରହଣ କରିବା ସହିତ ୨ଘଣ୍ଟା ପରେ ଆଉ କିଛି ହାଲ୍‌କା ଖାଦ୍ୟ ଖାଇବାର ଅଭ୍ୟାସ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
* ଯଦି ଆପଣ ଜଲ୍‌ଦି ଜଲ୍‌ଦି ଭୋଜନ କରୁଛନ୍ତି ତାହେଲେ ଆପଣଙ୍କ ଓଜନ ମଧ୍ୟ ସେହି ହିସାବରେ ଦ୍ରୁତଗତିରେ ବଢିଥାଏ । ଏହାର ପ୍ରମୁଖ କାରଣ ହେଲା ଶୀଘ୍ର ଖାଇବା ଦ୍ୱାରା ମେଟାବୋଲିକ୍‌ ସିଣ୍ଡ୍ରୋମ୍‌ ଉପରେ ପ୍ରଭାବ ପଡ଼ିଥାଏ । ଯାହାର ଓଜନ ସହିତ ସିଧା ସମ୍ପର୍କ ଥାଏ । ଧୀରେ ଧୀରେ ଖାଇବା ଦ୍ୱାରା ଆପଣ ସଠିକ୍‌ ମାତ୍ରାରେ ଆବଶ୍ୟକତା ହିସାବରେ ଖାଇଥାନ୍ତି । ଧୀରେ ଖାଇବା ଦ୍ୱାରା ଶରରୀର ହର୍ମୋନ୍ସ ମଧ୍ୟ ଆପଣଙ୍କ ମସ୍ତିସ୍କକୁ ଖାଦ୍ୟର ସଠିକ୍‌ ମାତ୍ରା ଏବଂ ଅଧିକ ନଖାଇବା ବିଷୟରେ ସତର୍କ କରିଥାଏ । ଏହି ଉପାୟଟିକୁ ଆପଣେଇକି ଆପଣ ଖାଦ୍ୟର ମାତ୍ରାକୁ ମଧ୍ୟ କମ୍‌ କରିପାରିବେ ।
* ଜଲ୍‌ଦି ଜଲ୍‌ଦି ଖାଇବା ଦ୍ୱାରା ମସ୍ତିସ୍କକୁ ଜରୁରୀ ଖବର ଯାଇପାରେ ନାହିଁ । ଯାହାଫଳରେ ଆବଶ୍ୟକୀୟ ହର୍ମୋନ୍ସ ବାହାରିପାରେ ନାହିଁ । ଏହାର ପ୍ରଭାବରେ ମନୁଷ୍ୟର ଇନ୍‌ସୁଲିନ୍‌ ପ୍ରଭାବିତ ହୋଇଥାଏ । ଇନ୍‌ସୁଲିନ୍‌ ପ୍ରଭାବିତ ହେବା କାରଣରୁ ଟାଇପ୍‌ ୨ ମଧୁମେହ ରୋଗର ଆଶଙ୍କା ବଢିଥାଏ ।
* ଭୋଜନ ସମୟରେ ଖାଦ୍ୟକୁ ଭଲଭାବରେ ଚୋବାଇବା ଦ୍ୱାରା ଦାନ୍ତ ମଧ୍ୟରେ କୌଣସି ଖାଦ୍ୟଦାନା ରହିପାରେ ନାହିଁ । ଯାହାଫଳରେ ମୁଖଦୁର୍ଗନ୍ଧ ଦୂର ହେବା ସହିତ କ୍ୟାଭିଟି ଭଳି ରୋଗ ମଧ୍ୟ ହୋଇନଥାଏ ।
* ଖାଦ୍ୟ ଭଲଭାବରେ ଚୋବାଇବା ଦ୍ୱାରା ମୁହଁ ମଧ୍ୟରେ ଥିବା ବ୍ୟାକ୍ଟେରିଆ ସମାପ୍ତ ହୋଇଯାଇଥାନ୍ତି । ଅଧିକ ସମୟ ଖାଇବା ଦ୍ୱାରା ମୁହଁ ମଧ୍ୟରେ ସୃଷ୍ଟି ହେଉଥିବା ଲାଳ ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାନ୍ତି । ଯାହାଦ୍ୱାରା ଶରୀରରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇପାରେ ନାହିଁ ।
* ଅଧିକ ସମୟ ଖାଦ୍ୟକୁ ଚୋବେଇବା ଦ୍ୱାରା ମୁହଁ ମଧ୍ୟରେ ଏକ ପ୍ରକାର ଲାଳ ସୃଷ୍ଟି ହୁଏ । ଯାହା ଖାଦ୍ୟକୁ କୋମଳ କରି ଭାଙ୍ଗିବାରେ ବା ଛୋଟ କରିବାରେ ସାହାଯ୍ୟ କରିଥାଏ । ଏହା କାର୍ବହାଇଡ୍ରେଟ୍ସ ବା ଫ୍ୟାଟ୍‌କୁ ଅଲଗା କରେ । ଏଥିଯୋଗୁ ପାଚନକ୍ରିୟା ସହଜରେ ସମ୍ପାଦିତ ହୁଏ ।

Tags: