ଆମ୍ବ ଡେଲିଭରି କରିବ ଡାକ ବିଭାଗ

Spread the News

ଡାକ ବିଭାଗ ଚିଠି ସହ ଆମ୍ବ ଡେଲିଭରି କରିବ । ସିଆଇଏସ୍‌ଏଚ୍‌ (ସେଣ୍ଟ୍ରାଲ୍‌ ଇନଷ୍ଟୁ୍ୟଚୁ୍ୟଟ୍‌ ଅଫ୍‌ ସବ୍‌ଟ୍ରପିକାଲ ହର୍ଟିକଲଚର) ଓ ଭାରତୀୟ ଡାକ ବିଭାଗ ଏ ନେଇ ବୁଝାମଣା କରିଥିବା ଜଣାପଡ଼ିଛି । ଏଣିକି ଲକ୍ଷ୍ନୌର ଦଶାହରୀ ଆମ୍ବକୁ ଯେକୌଣସି ସ୍ଥାନରୁ ଅନ୍‌ଲାଇନ୍‌ ଅର୍ଡର୍‌ କରିହେବ । ଏହାକୁ ଡାକ ବିଭାଗ ଘରେ ପହଞ୍ଚାଇବ । ତେବେ ଏଥିନେଇ କରାଯାଇଥିବା ଏକ ଟ୍ରାଏଲ୍‌ ସଫଳ ହେବା ପରେ ଏମିତି ନିଷ୍ପତ୍ତି ନିଆଯାଇଛି । ଏ ଦୁଇ ବିଭାଗ ଏ ନେଇ ଏକ ବିଶେଷ ଆପ୍‌ ମଧ୍ୟ ଲଞ୍ଚ୍‌ କରିବେ । ଲକ୍ଷ୍ନୌ ଆମ୍ବକୁ ଲୋକମାନେ ଖୁବ୍‌ ପସନ୍ଦ କରୁଥିବାରୁ କରୋନା କଟକଣା ସମୟରେ ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ନିମନ୍ତେ ଏଭଳି ଉପାୟ ବାହାର କରାଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟ ଚାଷ ଉପକରଣଗୁଡ଼ିକ ମଧ୍ୟ ସାଧାରଣ ଲୋକଙ୍କୁ ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ଡାକ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Tags: