latest

ଭିଡିଓ ବାର୍ତ୍ତା ମାଧ୍ୟମରେ ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ ଦେଲେ ବଲିଉଡ୍‌ କୁଇନ୍‌ କଙ୍ଗନା

Spread the News

ଭାରତ-ଚୀନ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା କ୍ରମେ ଅତି ଜଟିଳ ରୂପ ନେଇ ସମ୍ଭାବ୍ୟ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି । ଏହା ଭିତରେ ଅନେକ ସେଲିବ୍ରିଟି ଚୀନ୍‌ ସାମଗ୍ରୀକୁ ବର୍ଜନ କରିବା ନେଇ ଦେଶର ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ଏହି କ୍ରମରେ ଚୀନ୍‌ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ନେଇ କଙ୍ଗନା ଏକ ଭିଡ଼ିଓ ପୋଷ୍ଟ୍‌ କରିଛନ୍ତି, ଯେଉଁଥିରେ ଚୀନ୍‌ ଉପରେ ସେ ଖୁବ୍‌ ତାତିଛନ୍ତି । ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଏହି ଭିଡିଓଟି ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ବଲିଉଡ୍‌ କୁଇନ୍‌ କଙ୍ଗନା ଏହି ଭିଡିଓରେ ଗଲଓ୍ୱାନ ଘାଟିରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଚୀନ୍‌ ସମାଗ୍ରୀଗୁଡ଼ିକର ବ୍ୟବହାରକୁ ଦୃଢ ବିରୋଧ କରିଛନ୍ତି । ଚୀନ୍‌ ଭାରତରୁ ଆୟ କରୁଥିବା ଅର୍ଥରେ ଅସ୍ତ୍ରଶସ୍ତ୍ର କିଣି ଆମ ସୈନିକଙ୍କ ଉପରେ ହମ୍‌ଲା କରୁଛି ବୋଲି କଙ୍ଗନା କହିଛନ୍ତି । ଚାଇନା ଜିନିଷ ବ୍ୟବହାର ନ କରି ଏ ଯୁଦ୍ଧରେ ଭାଗ ନେଇ ଭାରତକୁ ବିଜୟୀ କରିବାରେ ପ୍ରତିଶ୍ରୁତି ନେବା ଦରକାର ବୋଲି କଙ୍ଗନା ଏହି ଭିଡିଓ ମାଧ୍ୟମରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପୂର୍ବରୁ ମଧ୍ୟ କଙ୍ଗନା ଚୀନ୍‌ ସାମଗ୍ରୀକୁ ବର୍ଜନ ନେଇ ଏହିଭଳି ଭିଡିଓ ପୋଷ୍ଟ କରିସାରିଛନ୍ତି, ଯାହାକୁ ତାଙ୍କର ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଥିଲେ ।

Tags: