ଭାରତ ପାଇଁ ବିଶ୍ୱକପ ଖେଳିବା ମୋର ସ୍ୱପ୍ନ: ଫୁଟବଲ୍‌ ଷ୍ଟାର ଅମରଜିତ ସିଂ

Spread the News

ଭାରତ ପାଇଁ ନିଶ୍ଚୟ ଦିନେ ବିଶ୍ୱକପ ଖେଳିବି । ଏହା ମୋର ସ୍ୱପ୍ନ ବୋଲି କହିଛନ୍ତି ଦେଶର ଅନ୍ୟତମ ଫୁଟବଲ ଷ୍ଟାର ଅମରଜିତ ସିଂ କିୟାମ । ସେ ୨୦୧୭ ମସିହାରେ ଭାରତ ପାଇଁ ୧୭ ବର୍ଷରୁ କମ ଫୁଟବଲ ବିଶ୍ୱକପରେ ପ୍ରତିନିଧିତ୍ୱ କରିସାରିଛନ୍ତି । ତେବେ ଏହି ବିଶ୍ୱକପରେ ଭାରତ ଗ୍ରୁପ ପର୍ଯ୍ୟାୟରୁ ହାରି ବିଦାୟ ନେଇଥିଲେ ମଧ୍ୟ ଉନ୍ନତ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ ଅମରଜିତ୍‌ ସେ ସମୟରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ୧୭ ବର୍ଷରୁ କମ ଫୁଟବଲ ବିଶ୍ୱକପରେ ଆମେରିକା ବିରୁଦ୍ଧରେ ସେ ଯେଭଳି ଚମତ୍କାର ପ୍ରଦର୍ଶନ କରିଥିଲେ ତାଙ୍କୁ ସେଥିଲାଗି ଦେଶ-ବିଦେଶରୁ ବହୁ ସ୍ୱନାମଧନ୍ୟ ଫୁଟବଲ୍‌ ଖେଳାଳିମାନେ ପ୍ରଶଂସା କରିଥିଲେ । ବିଶ୍ୱକପରେ ତାଙ୍କର ଏଭଳି ପ୍ରଦର୍ଶନ ପରେ ସେ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବାରେ ସମର୍ଥ ହୋଇଥିଲେ ଏବଂ ସେବେଠାରୁ ସେ ଆଉ ଆଉ ପଛକୁ ଫେରି ଚାହିଁନାହାନ୍ତି ଏହି ଫୁଟବଲ୍‌ ଖେଳାଳି ଜଣଙ୍କ । ବର୍ତ୍ତମାନ ଭାରତୀୟ ସୁପର ଲିଗରେ ଏହି ଖେଳାଳି ଜାମସେଦପୁର ଫୁଟବଲ କ୍ଲବ ପାଇଁ ଖେଳୁଛନ୍ତି । ଭାରତୀୟ ସିନିୟରେ ଦଳ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରିବା ସହ ଆଗକୁ ବିଶ୍ୱକପ ଖେଳିବାକୁ କଠିନ ପରିଶ୍ରମ କରିବେ ବୋଲି କହିଛନ୍ତି ଅମରଜିତ ।

Tags: