ନେପାଳ ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା: ଚୀନ୍‌ ଆଡ଼କୁ ଢଳିଲେ ଅଧୋଗତିର ସମ୍ମୁଖୀନ ହେବ ଏହି ଦେଶ

Spread the News

ପୁରୀ ଶଙ୍କାଚାର୍ଯ୍ୟ ଜଗଦ୍‌ଗୁରୁ ନିଶ୍ଚଳାନନ୍ଦନ ସରସ୍ଵତୀ ବର୍ତ୍ତମାନ ସ୍ଥିତିରେ ନେପାଳର କୂଟନୈତିକ ଆଭିମୁଖ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ବିଶ୍ଵ ଦରବାରରେ ନେପାଳର ବଦଳୁଥିବା କୂଟନୀତିକୁ ଦେଶ ପ୍ରତି ବିପଦ ବୋଲି ଦର୍ଶାଇଛନ୍ତି ଜଗଦ୍‌ଗୁରୁ । ଯଦି ନେପାଳ ଭାରତ ପ୍ରତି ଏଭଳି ବୈମାତୃକ ମନୋଭାବ ଜାରି ରଖି ଚୀନ୍‌ ପ୍ରତି ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରେ ତେବେ ତାହା ନେପାଳର ଅପକର୍ଷ ବା ଅଧୋଗତିକୁ ଅସମୟରେ ନିମନ୍ତ୍ରଣ କରିବ ବୋଲି ଏକ ପ୍ରେସ୍‌ ବାର୍ତ୍ତାରେ ଜଗଦ୍‌ଗୁରୁ କହିଛନ୍ତି । ଜଗଦ୍‌ଗୁରୁ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୂଟନୈତିକ ଚାଲ୍‌ ଚଳାଇବାରେ ଧୂରନ୍ଧର ଚୀନ୍‌, ନେପାଳର ଶାସନତନ୍ତ୍ରର ଆସ୍ଥା ଓ ଆତ୍ମୀୟତାର କେନ୍ଦ୍ର ହୋଇଥାଏ ତେବେ ତାହା ନେପାଳ ପାଇଁ ଭବିଷ୍ୟତରେ ଜଟିଳ ସମସ୍ୟା ସୃଷ୍ଟି କରିବ । ସେହିପରି ଯଦି ନେପାଳର ଶାସନତନ୍ତ୍ରର ଆସ୍ଥା ଏବଂ ଆତ୍ମୀୟତା ଭାରତ ପ୍ରତି ରହିଛି ତେବେ ନେପାଳର ସର୍ବବିଧ ଉତ୍କର୍ଷ ସୁନିଶ୍ଚିତ ବୋଲି ଜଗଦ୍‌ଗୁରୁ ଏହି ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Tags: