+୨ର ଅବଶିଷ୍ଟ ପରୀକ୍ଷା ବାତିଲ

Spread the News

ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା।  ତାଲାବନ୍ଦ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା। ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗପକ୍ଷରୁ ନିଷ୍ପତ୍ତି ନିଆଯାଇଛି।  ସୂଚନା ମୁତାବକ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହେବାର ଥିଲା । ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବାର ଥିଲା । ସେହିପରି ଯୁକ୍ତ ୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ସେହି ମାସ ୨୭ ତାରିଖରେ ଶେଷ ହେବାର ଥିଲା ।

ତେବେ ମାର୍ଚ୍ଚ ମାସରେ କରୋନା କଟକଣା ଓ ଏହା ପରବର୍ତ୍ତୀ ଲକଡାଉନ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା | ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ବାତିଲ୍‌ ହୋଇଛି। ଆଇଏସ୍‌ସିଇ ଦ୍ୱାରା ପରିଚାଳିତ ବିଦ୍ୟାଳୟର ପରୀକ୍ଷାଗୁଡ଼ିକ ମଧ୍ୟ ଅନୁରୂପ ଭାବେ ବାତିଲ୍‌ କରାଯାଇଛି।

କରୋନା ସଂକ୍ରମଣର ବର୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ। ତେବେ ରାଜ୍ୟ ସରକାରଙ୍କ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ(ଯୁକ୍ତ୨)ର ବାକି ରହିଯାଇଥିବା ପରୀକ୍ଷା‌ ଆଉ ହେବ କି ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି |

Tags: