ଜୁନ୍‌ ମାସରେ ୪୮ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

Spread the News

ଜୁନ୍ ମାସରେ ମୋଟ୍ ୪୮ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକର୍ମୀ । ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀରର ଡିଜିପି ଦିଲବାଗ ସିଂ । ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ସମୂଳେ ଦମନ କରିବା ନିମନ୍ତେ ଅପରେସନ ଅଲ୍‌ଆଉଟ୍‌ ଜାରି ରଖିଛନ୍ତି, ଯେଉଁଥିରେ ବହୁତ ସଂଖ୍ୟକ ଆତଙ୍କବାଦୀ ନିହତ ହେଉଛନ୍ତି । ଏହି ଅପରେସନ୍‌ରେ କିଛି ଭାରତୀୟ ଯବାନ୍‌ ମଧ୍ୟ ଶହୀଦ୍‌ ହେବାର ଦୁଃଖଦ ଖବର ମିଳୁଛି । ତେବେ ଏହି ଅପରେସନ୍‌ ସଫଳତାର ସହିତ ବିନା ବାଧାବିଘ୍ନରେ ଚାଲୁ ରହିଛି । ଚଳିତ ବର୍ଷ ଏଯାବତ ୧୨୮ ଆତଙ୍କବାଦୀ ନିହତ ହୋଇଛନ୍ତି । ସେଥିମଧ୍ୟରୁ କେବଳ ଜୁନ୍ ମାସରେ ୪୮ ଆତଙ୍କବାଦୀ ନିହତ ହୋଇଛନ୍ତି । ୧୨୮ ଆତଙ୍କବାଦୀଙ୍କ ମଧ୍ୟରୁ ୭୦ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର, ୨୦ ଜଣ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଓ ଅନ୍ୟ ଆତଙ୍କବାଦୀ ସଂଗଠନର ବୋଲି ଦିଲବାଗ ସିଂହ କହିଛନ୍ତି ।

Tags: