ବିଶ୍ୱରେ ତାଣ୍ଡବ ରଚୁଛି କରୋନା: ମୃତ୍ୟୁ ସଂଖ୍ୟା ୫.୧୩ ଲକ୍ଷକୁ ବୃଦ୍ଧି, ୧ କୋଟି ୫ ଲକ୍ଷ ଲୋକ ସଂକ୍ରମିତ

Spread the News

ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବୁଧବାର ସକାଳ ସାଢ଼େ ୬ଟା ଯାଏଁ ସମଗ୍ର ବିଶ୍ୱରେ ୧ କୋଟି ୫ ଲକ୍ଷ ୭୭ ହଜାର ୭୪୭ ଜଣ ସଂକ୍ରମିତ ହୋଇସାରିଥିବା ବେଳେ ୫ ଲକ୍ଷ ୧୩ ହଜାର ୧୮୬ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଆଶ୍ୱସ୍ତିକର ଖବର ହେଉଛି ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୭ ଲକ୍ଷ ୯୦ ହଜାର ୭୬୧ ଜଣ ସୁସ୍ଥ ହୋଇଥିବା ବେଳେ ୪୨ ଲକ୍ଷ ୭୩ ହଜାର ୮୦୦ ଲୋକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫୭ ହଜାର ୭୮୭ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି । ଏହି ସୁପରପାଓ୍ୱାର ଦେଶରେ ୨୭ ଲକ୍ଷ ୨୭ ହଜାର ୮୪୪ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ୧୨୨ ଜଣ ଲୋକଙ୍କର କରୋନା ଭାଇରସ୍‌ କାରଣରୁ ମୃତ୍ୟୁ ହୋଇସାରିଛି । ଏଠାରେ ୧୧ ଲକ୍ଷ ୪୩ ହଜାର ୩୩୩ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଲକ୍ଷ ୫୪ ହଜାର ୩୮୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିଭଳି ଏଠାରେ ୧୫ ହଜାର ୯୩୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।
ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିର କରୋନା ସ୍ଥିତି ନେଇ ଏକ ନଜର ପକାନ୍ତୁ…
ବ୍ରାଜିଲ: ୧୪ ଲକ୍ଷ ୮ ହଜାର ୪୮୫ ସଂକ୍ରମିତ, ୫୯ ହଜାର ୬୫୬ ମୃତ
ଋଷିଆ: ୬ ଲକ୍ଷ ୪୭ ହଜାର ୮୪୯ ଜଣ ସଂକ୍ରମିତ, ୯ ହଜାର ୩୦୨ ଜଣ ମୃତ
ବ୍ରିଟେନ: ୩ ଲକ୍ଷ ୧୨ ହଜାର ୬୫୪ ସଂକ୍ରମିତ, ୪୩ ହଜାର ୭୨୦ ଜଣ ମୃତ
ସ୍ପେନ: ୨ ଲକ୍ଷ ୯୬ ହଜାର ୩୫୧ ଜଣ ସଂକ୍ରମିତ, ୨୮ ହଜାର ୩୫୫ ମୃତ
ପେରୁ: ୨ ଲକ୍ଷ ୮୫ ହଜାର ୨୧୩ ଜଣ ସଂକ୍ରମିତ, ୯ ହଜାର ୬୭୭ ମୃତ
ଚିଲି: ୨ ଲକ୍ଷ ୭୯ ହଜାର ୩୯୩ ସଂକ୍ରମିତ, ୫ ହଜାର ୬୮୮ ଜଣ ମୃତ
ଇଟାଲୀ: ୨ ଲକ୍ଷ ୪୦ ହଜାର ୫୭୮ ସଂକ୍ରମିତ, ୩୪ ହଜାର ୭୬୭ ମୃତ
ଇରାନ: ୨ ଲକ୍ଷ ୨୭ ହଜାର ୬୬୨ ସଂକ୍ରମିତ, ୧୦ ହଜାର ୮୧୭ ଜଣ ମୃତ
ପାକିସ୍ତାନ: ୨ ଲକ୍ଷ ୯ ହଜାର ୩୩୭ ଜଣ ସଂକ୍ରମିତ, ୪ ହଜାର ୩୦୪ ମୃତ