ଆଜିଠାରୁ ୟୁରୋପ ଆକାଶ ମାର୍ଗରେ ଉଡ଼ିପାରିବ ୧୪ଟି ଦେଶର ବିମାନ

Spread the News

ଆଜିଠୁ ୟୁରୋପ ଆକାଶ ମାର୍ଗରେ ଉଡ଼ିପାରିବ ୧୪ଟି ଦେଶର ବିମାନ । ୟୁରୋପିଆନ ସଂଘ ୧୪ଟି ଦେଶକୁ ଏଥିପାଇଁ ଅନୁମତି ଦେଇଛି । ଏହି ଦେଶଗୁଡ଼ିକ ହେଲା ଆଲଜେରିଆ, ଅଷ୍ଟ୍ରେଲିଆ, କାନାଡା, ଜର୍ଜିଆ, ଜାପାନ, ମୋଣ୍ଟେନେଗ୍ରୋ, ମୋରୋକୋ, ନ୍ୟୁଜିଲ୍ୟାଣ୍ଡ, ରୁୱାଣ୍ଡା, ସର୍ବିଆ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ, ଟ୍ୟୁନିସିଆ ଏବଂ ଉରୁଗୁଏ । ତେବେ ପ୍ରତ୍ୟେକ ୧୪ ଦିନ ମଧ୍ୟରେ ଏହାର ସଂଶୋଧନ କରାଯାଇ ଅନ୍ୟାନ୍ୟ ଦେଶକୁ ଯୋଡ଼ାଯିବ ବୋଲି ୟୁରୋପିଆନ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ ବିମାନ ସେବା ନିମନ୍ତେ କଟକଣା ଜାରି ରହିଛି । ତେବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ୟୁରୋପିଆନ ସଂଘ କିଛି ଦେଶ ପାଇଁ ଆକାଶ ମାର୍ଗ ଖୋଲିଛି, ଯେଉଁଠି କରୋନା ସଂକ୍ରମଣର ସ୍ଥିତି ଭଲ ଅବସ୍ଥାରେ ଅଛି । ତେବେ ଏହି ୟୁରୋପିଆନ୍ ସଂଘ ଆମେରିକା, ଭାରତ, ବ୍ରାଜିଲ, ଋଷିଆ ଭଳି ଦେଶ ପାଇଁ ଅନୁମତି ପ୍ରଦାନ କରିନାହିଁ, ଏହି ଦେଶରେ କରୋନାର ଦୌରାତ୍ମ୍ୟ ଅଧିକ ରହିଥିବାରୁ ୟୁରୋପିଆନ୍ ସଂଘ ପ୍ରଥମ ପର୍ଯ୍ୟାୟରେ ଏହି ଦେଶକୁ ସାମିଲ୍ କରି ନାହିଁ।