ତେହରାନ୍‌ର ଚିକିତ୍ସା କ୍ଲିନିକ୍‌ରେ ବିସ୍ଫୋରଣ: ୧୩ ଜଣଙ୍କ ମୃତ୍ୟୁ

Spread the News

ଇରାନ୍‌ର ତେହରାନ୍‌ରେ ଏକ ଚିକିତ୍ସା କ୍ଲିନିକ୍‌ରେ ବିସ୍ଫୋରଣ ହୋଇଛି । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇରାନ୍‌ ସରକାରୀ ଚ୍ୟାନେଲ ଅନୁସାରେ ରାଜଧାନୀର ଏକ ମେଡିକାଲ କ୍ଲିନିକରେ ମଙ୍ଗଳବାର ରାତି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସମର୍ଥ ହୋଇଛନ୍ତି । ବିସ୍ଫୋରଣରେ ୧୦ ଜଣ ପୁରୁଷ ଓ ୩ ଜଣ ମହିଳାଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ତେବେ ବିସ୍ଫୋରଣ ସମୟରେ କ୍ଲିନିକରେ ୨୫ ଜଣ କର୍ମଚାରୀ ଥିଲେ । ସର୍ଜରୀ ଓ ମେଡିକାଲ ଯାଞ୍ଚ କାମ ଚାଲିଥିଲା ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହା ନିକଟସ୍ଥ କୋଠାଗୁଡ଼ିକର ମଧ୍ୟ କ୍ଷତି ଘଟାଇଛି ।