କରୋନିଲ୍‌କୁ ନେଇ ପତଞ୍ଜଳିର ୟୁ-ଟର୍ଣ୍ଣ

Spread the News

ମହାମାରୀ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିବା ପାଇଁ କରୋନିଲ୍‌ ନାମକ ବଟିକାର ବଜାର ପ୍ରବେଶ କରାଇ ସବୁଆଡ଼ୁ ତୀବ୍ର ସମାଲୋଚନାର ଶିକାର ହୋଇଥିବା ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସଂଗଠନ ଏବେ ୟୁ ଟର୍ଣ୍ଣ ନେଇ ବିବାଦରୁ ମୁକୁଳିଯିବାକୁ ଚେଷ୍ଟା କରିଛନ୍ତି । ଏହି ବଟିକା କରୋନା ଭୂତାଣୁ ପାଇଁ କାମ କରିପାରେ, ମାତ୍ର ତାହା ନିଶ୍ଚିତ ଭାବେ କରୋନା ରୋଗକୁ ସମ୍ପୂର୍ଣ୍ଣ ଭଲ କରିବ ବୋଲି କେବେ ଦାବି କରାଯାଇନାହିଁ ବୋଲି ସଂଗଠନର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣ ମଙ୍ଗଳବାର ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଅପରପକ୍ଷେ, କରୋନାଭୂତାଣୁ ସଂକ୍ରମଣ ରୋକିବା ପାଇଁ କରୋନିଲ୍ ଏକ ନିର୍ଭରଯୋଗ୍ୟ ବଟିକା ବୋଲି ଦାବି କରି ପତଞ୍ଜଳି ପକ୍ଷରୁ ଲୋକଙ୍କୁ ବିପଥଗାମୀ କରାଯାଉଛି ବୋଲି ଅଭିଯୋଗ ଆଣି ଦେଶର ବିଭିନ୍ନ ସ୍ଥାନରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସହିତ ଅନ୍ୟ ଚାରିଜଣଙ୍କ ବିରୋଧରେ ଅନେକ ମାମଲା ରୁଜୁ ହେବା ପରେ ପତଞ୍ଜଳିର ଏପରି ୟୁ-ଟର୍ଣ୍ଣ ବିଷୟକୁ ନେଇ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Tags: