ଏହି ଫିଲ୍ମରେ ବାଣୀଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

Spread the News

ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଥ୍ରୀଲର ‘ବେଲ ବଟମ’ରେ ଅଭିନେତ୍ରୀ ବାଣୀ କପୁର ଅଭିନୟ କରିବେ । ଅକ୍ଷୟଙ୍କ ସହ ଏହା ବାଣୀଙ୍କ ପ୍ରଥମ ଚଳଚ୍ଚିତ୍ର । ଏହି ଅବରରେ ବାଣୀ କହିଛନ୍ତି, ଅକ୍ଷୟ ସାର୍ ଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରି ମୁଁ ବହୁତ ଖୁସି ଅଟେ । ଏଥିସହ ମୁଁ ପୁରା ଟିମ୍ ସହିତ କାମ କରି ମଧ୍ୟ ବହୁତ ଖୁସି । ଯାହା ଆମ ଚଳଚ୍ଚିତ୍ରର ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ମୋତେ ନିଜ ଘରେ ଅନୁଭବ କରିସାରିଛି । ଏହା ଅନୁଭବ ହୋଇଛି। ଆଶାକରେ, ଅକ୍ଷୟ ସାର୍ ଙ୍କ ସହିତ ମୋର ଯୋଡି ପରଦାରେ ସୁନ୍ଦର ଦେଖାଯିବ ଏବଂ ଆମ ଫିଲ୍ମ ଆପଣ ସମସ୍ତଙ୍କୁ ମନୋରଞ୍ଜନ କରିବ ।

ଚଳଚ୍ଚିତ୍ରର କାହାଣୀ ପ୍ରକୃତ ଘଟଣାରୁ ଆସିଛି ଏବଂ ୧୯୮୦ ଦଶକ ଉପରେ ଆଧାରିତ । ଯାହା ଜଣେ ଭାରତୀୟ ଜାସୁସର କାହାଣୀକୁ ନେଇ ଆଧାରିତ । ରଞ୍ଜୀତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଅସୀମ ଆରୋଡା ଏବଂ ପରବେଜ ଶେଖ ଲେଖିଛନ୍ତି। ବାଣୀଙ୍କୁ ଟିମ୍ ରେ ସ୍ୱାଗତ କରି ରଞ୍ଜୀତ କହିଛନ୍ତି, ଫିଲ୍ମରେ ବାଣୀଙ୍କ ଚରିତ୍ର ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଅଟେ ଏବଂ ଆମେ ସମସ୍ତେ ତାଙ୍କୁ ବୋର୍ଡରେ ଆଣିବା ପାଇଁ ବହୁତ ଖୁସି ଅଛୁ ।

କାଷ୍ଟିଂ ବିଷୟରେ ପ୍ରଡ୍ୟୁସର ଜ୍ୟାକି ଭଗ୍ନାନୀ କହିଛନ୍ତି ଯେ ସ୍କ୍ରିପ୍ଟର ଚାହିଦା ଏକ ନୂଆ ଯୋଡିଙ୍କର ଥିଲା । ତେଣୁ ଆମେ ଫିଲ୍ମରେ ନୂଆ ଯୋଡିଙ୍କ ସହିତ କାମ କରିଛୁ । ନିଜର ପ୍ରଡକ୍ସନ୍ ହାଉସ୍ ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରୁଥିବା ଜ୍ୟାକି କହିଛନ୍ତି , ବାଣୀ ଜଣେ ବୁଦ୍ଧିମାନ ଏବଂ ପ୍ରଭାବଶାଳୀ ଅଭିନେତ୍ରୀ ଏବଂ ମୁଁ ତାଙ୍କ କାମକୁ ବହୁତ ଭଲପାଏ । ପ୍ରକାଶ ଥାଉ କି, ‘ବେଲବଟମ୍’ ଏପ୍ରିଲ୍୨, ୨୦୨୧ ରେ ମୁକ୍ତିଲାଭ କରିବ ।