ବିହାର ନିର୍ବାଚନ ପୂର୍ବରୁ ଭୋଟିଂ ପ୍ରକ୍ରିୟାରେ ହୋଇପାରେ ଏହି ପରିବର୍ତ୍ତନ, ଜାଣିବା ପାଇଁ ପଢନ୍ତୁ…

Spread the News

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବ । ଏହାପୂର୍ବରୁ ନିର୍ବାଚନ କମିଶନ ଭୋଟିଂ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଷ୍ଟାଲ ବାଲଟ୍‌ର ଅଧିକ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ପୋଷ୍ଟାଲ ବାଲଟ୍‌ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ଏହା ବ୍ୟତୀତ କରୋନାରେ ସଂକ୍ରମିତ ଥିବା ବ୍ୟକ୍ତି ଓ କ୍ୱାରେଣ୍ଟାଇନରେ ଥିବା ଲୋକମାନେ ବି ପୋଷ୍ଟାଲ ବାଲଟ୍‌ ଜରିଆରେ ଭୋଟ ଦେଇପାରିବେ ବୋଲି କମିଶନ ପକ୍ଷରୁ କୁହାଯାଇଛି । ମହାମାରୀ କରୋନା ବୟସ୍କ ନାଗରିକ, ଗର୍ଭବତୀ, ଅନ୍ୟ ରୋଗରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ଅଧିକ ଘାତକ ହେବାର ଆଶଙ୍କା ଥିବାରୁ ସେମାନଙ୍କୁ ଘରକୁ ବାହାରିବାକୁ ବାରଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏ ସମସ୍ତ ନାଗରିକଙ୍କ ପାଇଁ ନିର୍ବାଚନ କମିଶନ ବିକଳ୍ପ ଭୋଟିଂ ପ୍ରଣାଳୀ ଆପଣାଇଛନ୍ତି ।

Tags: