ସରକାରୀ ଚାକିରି ପାଇଁ ସରକାରୀ ସ୍କୁଲରେ ପଠନ କରିବାକୁ ହେବ !

Spread the News

ସରକାରୀ ସ୍କୁଲରେ ପଠନ କଲେ ମିଳିବ ସରକାରୀ ଚାକିରି । ଏମିତି ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବାବଦରେ ଝାଡ଼ଖଣ୍ଡ ରାଜ୍ୟ ସରକାର ବିଚାର କରୁଛନ୍ତି । ଏନେଇ ଖୋଦ୍‌ ଝାଡ଼ଖଣ୍ଡ ରାଜ୍ୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରୀ ଜଗରନାଥ ମାହାତୋ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସରକାରୀ ବିଦ୍ୟାଳୟକୁ ଯାଇଥିବା ଛାତ୍ରମାନଙ୍କ ପାଇଁ ସରକାରୀ ଚାକିରି ସଂରକ୍ଷିତ ହେବା ଉଚିତ୍ । ମାହାତୋ କହିଛନ୍ତି ଯେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଏଭଳି କିଛି କଠୋର ନିଷ୍ପତ୍ତି ନେବାକୁ ବିଚାର କରୁଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ମୋର ବିଶ୍ୱାସ ଯେ ସରକାରୀ ଚାକିରି କେବଳ ସରକାରୀ ବିଦ୍ୟାଳୟରେ ପଢିଥିବା ଲୋକଙ୍କୁ ଦିଆଯିବା ଉଚିତ । ମାତ୍ର ଘରୋଇ ବିଦ୍ୟାଳୟରେ ପଢିଥିବା ଲୋକମାନେ ସରକାରୀ ଚାକିରି ପାଇଁ ଚେଷ୍ଟା କରୁଛନ୍ତି, ଯାହା ଠିକ୍ ନୁହେଁ । ତେବେ ଲୋକଙ୍କ ସମ୍ମତି ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ଶିକ୍ଷକମାନଙ୍କୁ ଅଣ ଶିକ୍ଷାଗତ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି, ଯାହାଦ୍ୱାରା ସେମାନେ ଶିକ୍ଷାଦାନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି ମାହାତୋ ।

Tags: