ଭାରତୀୟ ବାୟୁସେନାକୁ ମିଳିବ ୩୩ଟି ଲଢୁଆ ବିମାନ

Spread the News

ଲଦ୍ଦାଖରେ ଚୀନ ଓ ଭାରତ ସୀମାବିବାଦ ମଧ୍ୟରେ ଆସିଛି ଏକ ଖୁସି ଖବର । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ରୁଷରୁ ୩୩ଟି ଲଢୁଆ ବିମାନ କିଣିବ ଭାରତ । ଭାରତ ଓ ରୁଷ ମଧ୍ୟରେ ଏକ ବଡ ରାଜିନାମା ହୋଇଥିବା ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷରୁ ୩୩ଟି ଲଢୁଆ ବିମାନ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ସୂଚନା ମିଳିଛି । ଭାରତ ରୁଷ ଠାରୁ ସୁଖୋଇ-୩୦ ଓ ମିଗ୍-୨୯ ଲଢୁଆ ବିମାନ କିଣିବ । ଫଳରେ ଭାରତ ଓ ରୁଷ ମଧ୍ୟରେ ସାମରିକ ସମ୍ପର୍କ ଆହୁରି ମଜବୁତ ହେବ । ଏହା ବ୍ୟତିତ କେତୋଟି ଯୁଦ୍ଧବିମାନଗୁଡ଼ିକୁ ଅପଗ୍ରେଡ୍ କରାଯିବ ବୋଲି ଜଣାପଡ଼ିଛି । ତେବେ ଏଥିଲାଗି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମୋଟ୍ ୩୮,୯୦୦ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଏଥିରେ ଭାରତୀୟ ଶିଳ୍ପ ୩୧ ହଜାର ୧୩୦ କୋଟି ଟଙ୍କା ବିନିଯୋଗ କରିବେ ।

Tags: