ଶିବରାଜଙ୍କ କ୍ୟାବିନେଟରେ ୯ଜଣ ସିନ୍ଧଆଙ୍କ ସମର୍ଥକ

Spread the News

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ । ଶିବରାଜଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ୨୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ସିନ୍ଧିଆଙ୍କ ସମର୍ଥକ ବୋଲି ସୂଚନା ମିଳିଛି । ମାର୍ଚ୍ଚରେ ସିନ୍ଧିଆଙ୍କ ସହିତ ମୋଟ ୨୨ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ସିନ୍ଧିଆ ସମର୍ଥକଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ନେତାଙ୍କୁ ମନ୍ତ୍ରୀ ପଦରୁ ବଞ୍ଚିତ କରାଯାଇଛି । ବହୁତ ପ୍ରମୁଖ ଚେହେରା ଏଥର ଶିବରାଜଙ୍କ ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି । ରାଜ୍ୟ ବିଜେପିର ଅନ୍ୟତମ ନେତା ନରେନ୍ଦ୍ର ସିଂ ତୋମାର, କୈଳାସ ବିଜୟ ଭର୍ଗିଆ ଏବଂ ନରୋତ୍ତମ ମିଶ୍ରଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ମନ୍ତ୍ରିମଣ୍ଡଳକୁ ନେଇ ସନ୍ତୁଷ୍ଟ ନଥିବା ଖବର ହସ୍ତଗତ ହୋଇଛି ।

Tags: