ଭୁବନେଶ୍ୱରରୁ ୧୫ଜଣ ହେଲେ ସୁସ୍ଥ

Spread the News

ଆଜି ଭୁବନେଶ୍ୱରରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ଜଣଙ୍କ ମଧ୍ୟରୁ ୨୦ଜଣ ସଙ୍ଗରୋଧରେ ଥିବା ବେଳେ ୪ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଛି । ଏହା ସହ ଚିକିତ୍ସିତ ହେଉଥିବା ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୁସ୍ଥ ହୋଇଥିବା ୧୫ଜଣଙ୍କ ମଧ୍ୟରେ ଘରୋଇ ଡାକ୍ତରଖାନାର ୬ଜଣ କର୍ମଚାରୀ (୩୧ବର୍ଷୀୟା ମହିଳା,୨୩ ବର୍ଷୀୟା ମହିଳା, ୩୮ବର୍ଷୀୟା ମହିଳା,୨୮ବର୍ଷୀୟା ମହିଳା,୨୩ବର୍ଷୀୟା ମହିଳା, ୪୫ବର୍ଷୀୟା ମହିଳା) ଥିବା ବେଳେ ନିଳାଦ୍ରୀ ବିହାରର ଗୋଟିଏ ପରିବାରରୁ ୨ଜଣ(୩୪ବର୍ଷୀୟା ମହିଳା, ୩୯ ବର୍ଷୀୟ ପୁରୁଷ), ସତ୍ୟନଗରର ସିଡିଓ କମ୍ଲେକ୍ସରୁ ଜଣେ(୨୯ବର୍ଷୀୟା ମହିଳା), ସିରିପୁରର ଲକ୍ଷ୍ମୀବଜାର ବସ୍ତିରୁ ୪ଜଣ(୧୪ ବର୍ଷୀୟା ବାଳିକା, ୧୮ବର୍ଷୀୟାଯୁବତୀ ଏବଂ ୧୧ବର୍ଷୀୟ ବାଳକ, ୨୨ବର୍ଷୀୟ ଯୁବକ), ଚକେଇସିଆଣିର ହାଡ଼ବାଇ ବସ୍ତିରୁ ଜଣେ ୪୬ବର୍ଷୀୟ ପୁରୁଷ ସୁସ୍ଥ ହୋଇଥିବା ବେଳେ ଯଦୁପୁରରୁ ଜଣେ ୩୫ବର୍ଷୀୟ ପୁରୁଷ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

Tags: