ରାଜ୍ୟରେ ଆଉ ଦୁଇ ଜୀବନ ନେଲା କରୋନା

Spread the News

ରାଜ୍ୟରେ ମହାମାରୀ କରୋନା ଆଉ ଦୁଇ ଜଣଙ୍କ ଜୀବନ ନେଇଛି। ଶୁକ୍ରବାର ମୃତ୍ୟୁ ବରଣ କରିଥିବା ଦୁଇ ଜଣ ବ୍ୟକ୍ତି ଗଞ୍ଜାମର ହୋଇଥିବା ଜଣାପଡିଛି। ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣର ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଶୁକ୍ରବାର ମୃତ୍ୟୁ ବରଣ କରିଥିବା ଦୁଇ ଜଣ ବ୍ୟକ୍ତି ଗଞ୍ଜାମ ଜିଲାର ହୋଇଥିବା ସୂଚନା ମିଳିଛି। ମୃତକ ଦ୍ୱୟଙ୍କର ବୟସ ଯଥାକ୍ରମେ ୬୬ ଓ ୪୦ ବର୍ଷ ବୋଲି ଜଣାପଡ଼ିଛି । ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପିଡ଼ୀତ ଥିଲେ । ଅନ୍ୟ ୪୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପିଡ଼ୀତ ଥିଲେ । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପରିସ୍ଥିତି ସଙ୍ଗୀନ ହେବାକୁ ଲାଗିଛି । ଆଜିର ମୃତ ସଂଖ୍ୟାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

Tags: