କଟକରୁ ୫୯ କରୋନା ପଜିଟିଭ ଚିହ୍ନଟ

Spread the News

ରାଜଧାନୀ ଭୁବନେଶ୍ୱର ପରେ କଟକ ମହାନଗର ନିଗମ ଅଂଚଳରୁ କରୋନା ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୬, ହୋମ କ୍ୱାରେଣ୍ଟିନରୁ ୧ ଏବଂ ଲୋକାଲ କେସ ୨ଟି ରହିଛି । ଲୋକାଲ କଣ୍ଟାକ୍ଟରେ ଶଙ୍କରପୁର ଓ ନିମଚଉଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନିମଚଉଡି ଅଂଚଳର ୩୦ ବର୍ଷୀୟା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲ ଲିଙ୍କରେ ଶଙ୍କରପୁରର ଜଣେ ଯୁବକ ଆକ୍ରାନ୍ତ ହୋଇଛନ୍ତି ।

ଆଜି ୫୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୫୬୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ ୧୩୬ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।

୧୯ଟି ଜିଲ୍ଲାରୁ ୫୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ଗଞ୍ଜାମରୁ ୨୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୮୧, ରାୟଗଡ଼ାରୁ ୭୬, ଖୋର୍ଦ୍ଧାରୁ ୨୬, ବରଗଡ଼ରୁ ୨୧, ବଲାଙ୍ଗୀରୁ ୧୯, ମୟୁରଭଞ୍ଜରୁ ୧୦, ସମ୍ବଲପୁର ୮, କେନ୍ଦୁଝର ଓ ଜଗତସିଂହପୁରରୁ ୬ଜଣ । କଳାହାଣ୍ଡି ୫, ଢ଼େଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ଜଣ । କୋରାପୁଟରୁ ୪, ଭଦ୍ରକ, ଓ ପୁରୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଜଣେ ଏନ୍‌ଡିଆର୍‌ଏଫ୍ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୮,୧୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Tags: