ଗୋଟିଏ ଗାଁରୁ ୯୦ କରୋନା ଆକ୍ରାନ୍ତ ଚିହ୍ନଟ

Spread the News

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ବିଜୟପୁର ଗାଁରୁ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଏହି ଗାଁରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଜୁନ୍ ୧୯ ତାରିଖରୁ ଏହି ଗାଁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହୋଇଛି।

ଗତ ମାସ ବିଜୟପୁର ଗାଁକୁ ଗୋଟିଏ ପରିବାରର ୩ ଜଣ ତାମିଲନାଡୁରୁ ଫେରିଥିଲେ। ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ପରେ
ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହୋମ୍‌ କ୍ୱାରେଣ୍ଟାଇନରେ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସି ଗାଁର ଅନ୍ୟମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଏଣୁ ଏ ପରିବାରକୁ ଏବେ ସୁପର ସ୍ପ୍ରେଡର୍ ବୋଲି କୁହାଯାଉଛି।ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାରେ ମୋଟ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ପ୍ରମୋଦ ବେହେରା ସୂଚନା ଦେଇଛନ୍ତି।

Tags: