ଆପଣ ଜୁଲାଇ ମାସରେ ହୋଇଛନ୍ତି କି ଜନ୍ମ; ତେବେ ଆପଣଙ୍କ ବିଷୟରେ ଜାଣନ୍ତୁ ଏହି ସ୍ୱତନ୍ତ୍ର କଥା

Spread the News

ଆମ ଜନ୍ମ ମାସ ଦ୍ଵାରା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପଡ଼ିଥାଏ । ଜନ୍ମ ମାସର ଗ୍ରହ ନକ୍ଷତ୍ର ଆମର ସ୍ଵଭାବ ଓ କିଛି ମାତ୍ରାରେ ଆମ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିଥାନ୍ତି । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜୁଲାଇ ମାସର ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ କହିବୁ ।

ଜୁଲାଇ ଅର୍ଥାତ ଇଂରାଜୀ ବର୍ଷର ସପ୍ତମ ମାସ । ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ ସବୁଠାରୁ ମୁଖ୍ୟ କଥା ଏହିକି ଯେ, ସେମାନେ ଖୁବ୍ ରାହସ୍ୟମୟୀ ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ନିଜ ଭବିଷ୍ୟର ଯୋଜନା ପ୍ରତି ବହୁତ ସଜାଗ ରହନ୍ତି ।

ଯେଉଁ ବ୍ୟକ୍ତିଙ୍କର ଜନ୍ମ ଜୁଲାଇ ମାସରେ ହୋଇଥାଏ, ସେମାନେ ମନରେ ଅସରନ୍ତି ଆଶା ଥାଏ ଏବଂ ସେମାନେ ନକରାତ୍ମକତା ମଧ୍ୟରେ ସକରାତ୍ମକତାକୁ ମଧ୍ୟ ଖୋଜି ନିଅନ୍ତି । ଯଦି ସେମାନଙ୍କ ଜୀବନରେ କିଛି ଖରାପ ଘଟଣା ଘଟିବାକୁ ଯାଉଛି, ତେବେ ବିଚଳିତ ହୁଅନ୍ତି ନାହିଁ, ଧୌର୍ଯ୍ୟ ଧରି ପରିସ୍ଥିତିର ସାମ୍ନା କରନ୍ତି ଓ ଅନ୍ୟମାନଙ୍କୁ କଦାପି ନିଜର ଅସୁବିଧାକୁ ଜାଣନ୍ତି ନାହିଁ । ଅସୁବିଧା ଥିଲେ ମଧ୍ୟ ହସଖୁସିରେ ସମସ୍ତଙ୍କ ସହ ମିଳାମିଶା କରନ୍ତି ଓ ସବୁବେଳେ ଖୁସି ରୁହନ୍ତି ।

ରୋମନ ସାମ୍ରାଜ୍ୟର ମହାନ ଲିଡ଼ର୍ ଜୁଲିୟସ୍ ସୀଜରଙ୍କ ଅନୁସାରେ ଜୁଲାଇ ନାମ ଆସିଛି ଏବଂ ତାଙ୍କ ଜନ୍ମ ଜୁଲାଇ ୧୨ରେ ହୋଇଥିଲା ଏବଂ ଏହିଦିନ ଅନେକ ମହାନ ବ୍ୟକ୍ତିଙ୍କର ଜନ୍ମ ହୋଇଥିଲା । ସେମାନଙ୍କ ମଧ୍ୟରୁ ପ୍ରିନ୍ସେସ ଡାୟନା, ଆମେରିକୀୟ ରାଷ୍ଟ୍ରପତି (ଜୋର୍ଜ ଡ଼ବ୍ଲ୍ୟୁ ବୁଶ), ସୌରବ ଗାଙ୍ଗୁଲୀ, ପ୍ରିୟଙ୍କା ଚୋପଡ଼ା, ଜେଆରଡୀ ଟାଟା, ନେଲସନ ମଣ୍ଡେଲାଙ୍କ ଭଳି ଅନେକ ନାମ ଏଥିରେ ସାମିଲ ଅଛି ।

ଜୁଲାଇ ମାସରେ ଯେଉଁ ବ୍ୟକ୍ତିଙ୍କର ଜନ୍ମ ହୋଇଥାଏ, ସେମାନେ ଖୁବ୍ ଶାନ୍ତ ସ୍ୱଭାବର ଏବଂ କର୍ତ୍ତବ୍ୟପରାୟଣ ବ୍ୟକ୍ତି ହୋଇଥାନ୍ତି । ଅଯଥାରେ ଯୁକ୍ତିତର୍କ କରିବାକୁ ପସନ୍ଦ କରନ୍ତି ନାହିଁ । ତରବାରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ, ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେହି ବିଷୟରେ ଭଲ ଭାବରେ ଭାବିଚିନ୍ତି ନିର୍ଣ୍ଣୟ ନେଇଥାନ୍ତି ।

ଯେଉଁ ବ୍ୟକ୍ତିମାନଙ୍କର ଜନ୍ମ ଜୁଲାଇ ମାସରେ ହୋଇଥାଏ, ସେମାନଙ୍କ ଉଚ୍ଚ ଶିକ୍ଷା ପ୍ରାପ୍ତର ଖୁବ୍ କମ ସମ୍ଭାବନା ଥାଏ ଏବଂ ବିଶେଷଜ୍ଞଙ୍କ ଅନୁସାରେ ସେମାନେ କ୍ଲାସରେ ସବୁଠାରୁ ଛୋଟ ହୋଇଥାନ୍ତି । ଏହିକଥା ସାମାନ୍ୟ ନକରାତ୍ମକ ହୋଇପାରେ ପରନ୍ତୁ ଜୀବନରେ କିଛି ବଡ଼ କରିବା ପାଇଁ ବହୁତ ଅଧିକ ପଢ଼ିବା ମଧ୍ୟ ପର୍ଯ୍ୟାପ୍ତ ହୋଇନଥାଏ ।

ଅନେକ ଅଧ୍ୟୟନ ପରେ ଏହିକଥା ସମ୍ନାକୁ ଆସିଛି ଯେ, ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷମାନେ ସାଧାରଣତଃ ବାମ ହାତି ହେବାର ସମ୍ଭାବନା ଅଧିକ ଥାଏ ଏବଂ ଅଗଷ୍ଟରୁ ଫେବୃଆରୀ ମଧ୍ୟରେ ଜନ୍ମ ନେଉଥିବା ବ୍ୟକ୍ତିମାନେ ଅଧିକାଂଶ ଡାହାଣ ହାତି ହୋଇଥାନ୍ତି ।

Tags: