ମୁମ୍ବାଇର ପ୍ରସିଦ୍ଧ ଷ୍ଟ୍ରିଟ ଫୁଡ: ଚିଜ୍ ଜିନି ଦୋସା

Spread the News

ସମସ୍ତଙ୍କୁ ବିଶେଷ କରି ଷ୍ଟ୍ରିଟ୍ ଫିଡ୍ ଖାଇବାକୁ ଅଧିକ ପସନ୍ଦ ଥାଏ । ତେବେ ଆଜି ଆମେ ମୁମ୍ବାଇର ପ୍ରସିଦ୍ଧ ଏକ ଷ୍ଟ୍ରିଟ୍ ଫୁଡ୍ ଦୋସା ଆପଣଙ୍କୁ କହିବୁ, ଯାହା ଖୁବ୍ ଟେଷ୍ଟି । ଏହାକୁ ଆପଣ ମଧ୍ୟ ପ୍ରସ୍ତୁତ କରି ଘରେ ବସି ମୁମ୍ବାଇର ଷ୍ଟ୍ରିଟ୍ ଫୁଡ୍ ର ମଜା ନେଇପାରିବେ । ତେବେ ରେସିପିର ନାମ ହେଉଛି: ଚିଜ୍ ଜିନି ଦୋସା । ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ କିଭଳି କରିବେ ଆସନ୍ତୁ ଜାଣିବା ।
ଆବଶ୍ୟକୀୟ ସାମଗ୍ରୀ:
-୩କପ୍ ଦୋସାର ଘୋଳ
-୧/୩-କଟା ପିଆଜ
-୧/୩-କଟା କ୍ୟାପସିକମ୍
-ଅଧା କପ୍ ପତ୍ର କଟା ପତ୍ର କୋବି
-ଅଧା କପ୍ ଛୋଟ ଛୋଟ କଟା ହୋଇଥିବା ଗାଜର
-୩/୪ ଛୋଟ ଛୋଟ କଟା ଟମାଟୋ
-ଅଳ୍ପ କଟା ଧନିଆ ପତ୍ର
-୧/୪ ଶେଜୱାନ୍ ଚଟଣୀ
-୧/୪ ରେଡ୍ ଚିଲି ସସ୍ ଓ ଟମାଟୋ ସସ୍‌
-ଦେଢ଼ ଚାମଚ ଗରମ ମସଲା
-ସାଢ଼େ ଚାରି ଚାମଚ ଚାଟ୍ ମସଲା
-ବଟର କିମ୍ବା ତେଲ ଆବଶ୍ୟକ ଅନୁସାରେ
-ଅଧା କପ୍ ଚିଜ୍ (ସରୁ ସରୁ କରି କଟା ହୋଇଥିବା କିମ୍ବା କଟା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ:
-ଏକ ପାତ୍ରରେ କଟା ହୋଇଥିବା କ୍ୟାପସିକମ୍‌, ପିଆଜ, ଗାଜର, ଟମାଟୋ, ଧନିଆପତ୍ର, ପତ୍ରକୋବି କୁ ନେଇ ଭଲଭାବେ ମିଶାଇ ଦିଅନ୍ତୁ ।
-ଏହାପରେ ଗ୍ୟାସ୍ ରେ ଏକ ପ୍ୟାନ୍ ବସାଇ ସେଥିରେ ଅଳ୍ପ ବଟର କିମ୍ବା ତେଲ ପକାଇ ନେଇଥିବା ସମସ୍ତ ଜିନିଷକୁ ପକାଇ ମଧ୍ୟମ ଆଂଚରେ ଭାଜି ଦିଅନ୍ତୁ । ଏହାକୁ ୧ ମିନିଟ୍ ପର୍ଯ୍ୟନ୍ତ ଭାଜି ଦେବେ ।
-ଏକ ମିନିଟ୍ ହୋଇଯିବା ପରେ ସେଥିରେ ଶେଜୱାନ୍ ସସ୍‌, ଟମାଟୋ ସସ୍‌, ରେଡ୍ ଚିଲି ସସ୍ , ଗରମ ମସଲା ଓ ଚାଟ୍ ସମଲା ପକାଇ ଭଲ ଭାବେ ମିଶିଗଲା ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ ।
– ଏହାପରେ ଗ୍ୟାସ୍ ରେ ଏକ ନନ୍ ଷ୍ଟିକ୍ ପ୍ୟାନ୍ ବସାଇ ଅଳ୍ପ ଆଂଚରେ ଗରମ କରନ୍ତୁ ।
-ଗରମ ହୋଇଯିବା ପରେ କିଛି ପାନି ଛିଟା ମାରି ଗରମ ପ୍ୟାନ୍ କୁ ଭଲ ଭାବେ ପୋଛି ନିଅନ୍ତୁ ।
-ଏହାପରେ ସେଥିରେ ବଟର କିମ୍ବା ତେଲ ପକାନ୍ତୁ ।
-ଏହାପରେ ନେଇଥିବାଳ ଦୋସା ଘୋଳକୁ ପିଠା ଆକାରରେ କରି ଦିଅନ୍ତୁ ।
-ପରେ ଉକ୍ତ ପିଠା ଉପରେ ପ୍ରସ୍ତୁତ କରିଥିବା ପନିପରିବା ମିଶ୍ରଣକୁ ସେଥିରେ ପକାନ୍ତୁ । ଯେପରି ଉକ୍ତ ପନିପରିବା ମିଶ୍ରଣ ପୁର୍ଣ୍ଣ ପିଠାରେ ରହିବ ।
– ପନିପରିବା ମିଶ୍ରଣ ଦେବା ପରେ ସେଥିରେ ପୂର୍ବରୁ ନେଇଥିବା ଚିଜ୍ କୁ ପକାଇ ଅଳ୍ପ ଆଂଚରେ ତା ଉପରେ ଏକ ଘୋଡଣୀ ଦେଇ ଘୋଡାଇ ଦିଅନ୍ତୁ ।
– ଏହାକୁ କ୍ରିସପି ହେବା ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ।
-କ୍ରିସପି ହୋଇଗଲା ପରେ ଏହାକୁ ଦୋଷା ସେପ୍ ଦେଇ ଛୋଟ ଛୋଟ କରି କାଟି ଗରମ ଗରମ ସର୍ଭ କରନ୍ତୁ ଚିଜ୍ ଜିନି ଦୋସା ।

Tags: