ଦାନ୍ତ ଯନ୍ତ୍ରଣାରୁ କିଭଳି ପାଇବେ ମୁକ୍ତି, ଜାଣନ୍ତୁ ଘରୋଇ ଉପଚାର ବିଷୟରେ…

Spread the News

ଦାନ୍ତ ଯନ୍ତ୍ରଣା ସହିବା ବହୁତ କଷ୍ଟ । ଏକଥା ସିଏ ବୁଝିପାରିବେ ଯିଏ ଏହି ସମସ୍ୟାକୁ ନିଜେ ଭୋଗିଛନ୍ତି । ଆନେକ ସମୟରେ ଖାଇବା ବେଳେ ନଚେତ୍‌ ଥଣ୍ଡା ବା ଗରମ ପାଣି ସଂସ୍ପର୍ଷରେ ଆସିଲେ ମଧ୍ୟ ଦାନ୍ତରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥାଏ, ଯାହା ନର୍କତୁଲ୍ୟ ଅନୁଭବ କରାଇଥାଏ । ତେବେ ପାଠକବନ୍ଧୁ ! ଏହି ଦାନ୍ତ ଯନ୍ତ୍ରଣା ପଛର ଅନେକ କାରଣ ରହିଛି, ଯେପରିକି ଭୁଲ ସମୟରେ ଖାଇବା, ଅତ୍ୟଧିକ ଜଙ୍କ୍ ଫୁଡ୍ ଖାଇବା, ଦାନ୍ତକୁ ସଠିକ୍ ଭାବରେ ସଫା ନକରିବା କିମ୍ବା ଅଧିକ କୋଲ୍ଡ ଡ୍ରିଙ୍କ୍ସ ପିଇବା ଏବଂ ପାନ ଖାଇବା ଇତ୍ୟାଦି । ଏଭଳି ପରିସ୍ଥିତିରେ ଅନେକ ପ୍ରକାରର ଔଷଧ ବ୍ୟବହାର କଲେ ମଧ୍ୟ କୌଣସି ସୁଫଳ ମିଳି ନଥାଏ । କିନ୍ତୁ କିଛି ସହଜ ଓ ସରଳ ଘରୋଇ ଉପଚାର ରହିଛି ଯାହାଦ୍ୱାରା ଆପଣ ଏହି କଷ୍ଟଦାୟକ ଯନ୍ତ୍ରଣାରୁ ଉପଶମ ପାଇପାରିବେ, ଆସନ୍ତୁ ଜାଣିବା ଏ ବିଷୟରେ…

* ଦାନ୍ତରେ ଦୁଇ ବୁନ୍ଦା ଲବଙ୍ଗ ତେଲ ଲଗାଇବା ଦ୍ୱାରା କିଛି ମୁହୂର୍ତ୍ତର ଅନ୍ତରାଳରେ ଯନ୍ତ୍ରଣା ଲାଘବ ହୋଇ ଆରାମ୍‌ ମିଳିଥାଏ ।
* ଏକ ଚାମୁଚ ଲେମ୍ବୁ ରସ ସହ ଏକ ଚୁଟ୍‌କି ହେଙ୍ଗୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଦାନ୍ତରେ ଲଗାନ୍ତୁ, ଦେଖିବା ଯନ୍ତ୍ରଣା କମିଯିବ ।
* ଯନ୍ତ୍ରଣାଦାୟକ ଦାନ୍ତରେ ପିଆଜ ଖଣ୍ଡ ଲଗାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
* ସେହିଭଳି ଦୁଇଟି ରସୁଣ କୋଲା ଏବଂ ପଥର ଲୁଣକୁ ପେଷ୍ଟ ପ୍ରସ୍ତୁତ କରି ଦିନକୁ ଅତି କମରେ ଦୁଇଥର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ । ଏହା ଦ୍ୱାରା ଯନ୍ତ୍ରଣା କମିଯିବ ।
* ଏକ ଚାମୁଚ ଲୁଣକୁ ଏକ ଗ୍ଲାସ ଉଷୁମ ପାଣିରେ ଦିନକୁ ଦୁଇଥର କୁଳି କରିବା ଦ୍ୱାରା ଦାନ୍ତ ଯନ୍ତ୍ରଣା ଦୂର ହୋଇଥାଏ ।
* ପୁଦିନା ପତ୍ରକୁ ପାଣିରେ ଫୁଟାଇ ତାହାକୁ ଥଣ୍ଡା କରିଦିଅନ୍ତୁ । ​ସେହି​‌ ପାଣିରେ କୁଳି କରି ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ ।
* ଏକ ଚୁଟ୍‌କି ଡାଲଚିନି ପାଉଡର ଏବଂ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ ତିଆରି କରି ଯନ୍ତ୍ରଣାଦାୟକ ଦାନ୍ତରେ ଲଗାଇଲେ ଏଥିରୁ ସୁଫଳ ମିଳିଥାଏ ।

Tags: