ବାତିଲ ହେଲା ୩ଟି ସ୍ପେଶାଲ ଟ୍ରେନ୍ ଚଳାଚଳ

Spread the News

ରାଜ୍ୟରେ ହୁ ହୁ ବଢ଼ି ଚାଲିଛି କରୋନା । ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ଏହାକୁ ନଜରରେ ରଖି ପୂର୍ବତଟ ରେଲୱେ ତିନୋଟି ସ୍ପେଶାଲ ଟ୍ରେନ୍ ଚଳାଚଳ ବାତିଲ କରିଛି । ରାଜ୍ୟ ରାଜ୍ୟ ଭିତରେ ଚାଲୁଥିବା ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌-ସମ୍ବଲପୁର ଏକ୍ସପ୍ରେସ୍‌, ଭୁବନେଶ୍ୱର-ଭଦ୍ରକ ଏକ୍ସପ୍ରେସ ଓ ଭୁବନେଶ୍ୱର-ବ୍ରହ୍ମପୁର ଏକ୍ସପ୍ରେସକୁ ପୂର୍ବତଟ ରେଲୱେ ପକ୍ଷରୁ ବାତିଲ କରାଯାଇଛି । ଆସନ୍ତା ୧୦ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ତିନୋଟି ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Tags: