ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

Spread the News

ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଆବଶ୍ୟକ ହେଲେ ଟେଲିଫୋନ୍‌, ଫ୍ୟାକ୍ସ କିମ୍ବା ଇମେଲ ଯୋଗେ ରାଜଭବନ ସହ ଯୋଗାଯୋଗ କରିବାକୁ ରାଜଭବନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଲୋକସେବା ଭବନରେ ମଧ୍ୟ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା ।

Tags: