ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୨୫୫୪୮ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

Spread the News

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା  ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୫ ହଜାର ୫୩୦ ନୂଆ ମାମଲା ସାମ୍ନାକୁ ଆସିଛି ।

କରୋନା ଆତଙ୍କ ଥମିବାର ନାଁ ନେଉନାହିଁ । ଏବେସୁଦ୍ଧା ଦେଶରେ ୧ କୋଟି ୪ ଲକ୍ଷ ୭୩ ହଜାର ୭୧୧ଟି ଟେଷ୍ଟ୍ ହୋଇଥିବା ବେଳେ କେବଳ ୭ ଜୁଲାଇରେ ୨ ଲକ୍ଷ ୬୨ ହଜାର ୬୭୯ଟି ସାମ୍ପୁଲ୍ ଟେଷ୍ଟ ହୋଇଛି ।

ତେବେ ଦିଲ୍ଲୀରେ ଏକ ଭଲ ଖବର ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କଠୁ ପ୍ରାୟ ଦ୍ୱିଗୁଣା ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୦୩୩ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୮୨ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୫୫ ହଜାରରୁ ଅଧିକ ରହିଛି । ୫ ଲକ୍ଷ୫୧ ହଜାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୪୫ ଲକ୍ଷ ୭୯ ହଜାର ରହିଛି ।

Tags: ,