ବାସ୍ତୁ ଅନୁସାରେ ପୂଜା ଘରେ ରଖନ୍ତୁ ଏହି ସବୁ ଜିନିଷ, ରହିବନି ଧନର ଅଭାବ!

Spread the News

ବାସ୍ତୁଶାସ୍ତ୍ର ଅନୁସାରେ ପୂଜା ଗୃହର ବିଶେଷ ମହତ୍ତ୍ୱ ରହିଛି । କାରଣ ପୂଜା ଘରରୁ ହିଁ ଘରର ଉନ୍ନତି ଏବଂ ଅବନତି ନିର୍ଦ୍ଧାରିତ ହୋଇଥାଏ । ତେଣୁ ପ୍ରତ୍ୟେକ ଗୃହମାନଙ୍କରେ ପୂଜା କକ୍ଷ ନିଶ୍ଚୟ ଭାବରେ ରହିଥାଏ ।  ଯଦି ପୂଜା ଘରର ବାସ୍ତୁ ଠିକ୍ ରହିଥାଏ, ତେବେ କେବେ ମଧ୍ୟ ଧନର ଅଭାବ ରହି ନଥାଏ । ତେବେ ଚାଲନ୍ତୁ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା କି, ପୂଜା କକ୍ଷରେ କେଉଁ ୯ଟି ଜିନିଷ ରଖିଲେ, ଆମକୁ ବହୁତ ଧନର ଲାଭ ହେବ ।

ସିନ୍ଦୁର:

ଏହା ରଙ୍ଗର ପ୍ରତୀକ ହୋଇଥାଏ । ଏହା ଆମ ବେରଙ୍ଗ ଜୀବନରେ ରଙ୍ଗ ଭରିବାର କାମ କରିଥାଏ । ତେଣୁ ଠାକୁର ଘରେ ସିନ୍ଦୁର ରହିବା ନିହାତି ଆବଶ୍ୟକ ।

ଧୂପ:

ସୁଗନ୍ଧର ବିସ୍ତାର କରିଥାଏ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଏବଂ ମନରେ ସକରାତ୍ମକ ବିଚାର ଆସିଥାଏ । ଏହାଦ୍ୱାରା ବାତାବରଣ ସୁନ୍ଦର ଓ ସୁଗନ୍ଧିତ ହୋଇଥାଏ ।

ଦୀପ:

ଦୀପ ଆଲୋକର ପ୍ରତୀକ ହୋଇଥାଏ । ଦୀପ ଜଳାଇ ଆମେ ଜୀବନରୁ ଅନ୍ଧକାରକୁ ଦୂର କରି ଜୀବନରେ ଆମେ ଆଲୋକ ଭରିବାକୁ ଚାହିଁଥାଉ ।

ଘଣ୍ଟି:

ଯେଉଁ ଘରେ ଘଣ୍ଟି ବାଜିବା ଶବ୍ଦ ନିୟମିତ ଶୁଣିବାକୁ ପାଇଥାଉ, ସେଠାକାର ବାତାବରଣ ସବୁବେଳେ ସୁଧ ଏବଂ ପବିତ୍ର ରହିଥାଏ । କୌଣସି ପ୍ରକାରର ନକରାତ୍ମକ ଶକ୍ତି ସେଠାକୁ ଆସିପାରି ନଥାନ୍ତି ।

ଆଚମନ:

ଆଚମନର ଅର୍ଥ ହେଉଛି, ଏକ ଛୋଟ ତମ୍ବା ବାସନରେ ଜଳ ଭର୍ତ୍ତି କରି ରଖିବା ଏବଂ ସେଥିରେ ତୁଳସୀ ପତ୍ର ପକାଇବା । ଏହାକୁ ପୂଜା ଘରେ ରଖିବା ବହୁତ ଶୁଭ ହୋଇଥାଏ । ଏହାକୁ ଠାକୁର ଘରେ ରଖିବା ଦ୍ୱାରା ସବୁବେଳେ ଉନ୍ନତି ହୋଇଥାଏ ।

ପଞ୍ଚାମୃତ:

ପଞ୍ଚାମୃତର ଅର୍ଥ ୫ ପ୍ରକାରର ଅମୃତ । ଯେପରିକି କ୍ଷୀର, ଦହି, ମହୁ, ଘିଅ ଏବଂ ଗୁଡ଼ର ମିଶ୍ରଣ । ପୂଜା ପରେ ପଞ୍ଚାମୃତ ସେବନ କରିବା ଦ୍ୱାରା ଶରୀରକୁ ସବୁବେଳେ ସୁସ୍ଥରେ ରଖିଥାଏ ।

ଚନ୍ଦନ:

ଚନ୍ଦନ ଶାନ୍ତି ଏବଂ ଶୀତଳତାର ପ୍ରତୀକ ହୋଇଥାଏ । ଏଥିପାଇଁ ପୂଜା ଘରେ ଚନ୍ଦନ ପେଡ଼ି ଏବଂ କାଠି ନିଶ୍ଚୟ ରଖିବା ଉଚିତ । ଚନ୍ଦନର ସୁଗନ୍ଧ ଦ୍ୱାରା ମନର ନକରାତ୍ମକ ବିଚାର ଦୂର ହୋଇଥାଏ । ଚନ୍ଦନର ଟୀକା ସବୁବେଳେ ମଥାରେ ଲଗାଇବା ଦ୍ୱାରା ଆମକୁ ଶାନ୍ତି ପ୍ରାପ୍ତ ହୋଇଥାଏ । ତେଣୁ ଠାକୁର ଘରେ ଚନ୍ଦନ ପେଡ଼ି ଏବଂ କାଠି ନିଶ୍ଚୟ ରଖନ୍ତୁ ।

ଅକ୍ଷତ :

ଅକ୍ଷତ ମାନେ ହେଉଛି, କ୍ଷତ ହୋଇନଥିବା ଅରୁଆ ଚାଉଳ । ଏହାକୁ ସମ୍ପୂର୍ଣ୍ଣତାର ପ୍ରତୀକ ମାନିଥାନ୍ତି । ଭଗବାନଙ୍କୁ ଅକ୍ଷତ ଅର୍ପଣ କରିବା ଦ୍ୱାରା ଜୀବନରେ ଆପଣଙ୍କୁ ସମ୍ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ ।

Tags: