ଖାଆନ୍ତୁ କିସ୍‌ମିସ୍‌ ଓ ମହୁ, ସୁସ୍ଥ ରହିବା ଶରୀର

Spread the News

ଖାସ୍‌ ବ୍ୟଞ୍ଜନ ପ୍ରସ୍ତୁତିରେ ଅଧିକାଂଶ ଲୋକେ ସାଧାରଣତଃ କାଜୁ-କିସ୍‌ମିସ୍ ବ୍ୟବହାର କରିଥାନ୍ତି । କିସ୍‌ମିସ୍‌ ର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେବେ ପାଠକବନ୍ଧୁ ! କିସ୍‌ମିସ୍ କୁ ମହୁ ସହିତ ମିଶାଇ ଖାଇଲେ ଶରୀରକୁ ଅନେକ ଲାଭ ମିଳିଥାଏ । ବିବାହିତ ପୁରୁଷଙ୍କୁ ଏ କ୍ଷେତ୍ରରେ ଅଧିକ ଲାଭବାନ୍‌ ହୋଇଥାନ୍ତି । କିସ୍‌ମିସ୍ ଓ ମହୁ ଟେଷ୍ଟୋଷ୍ଟୋରୋନ ଫୁଡ କ୍ୟାଟେଗୋରୀରେ ଆସିଥାଏ । ଏହା ଏକ ଏଭଳି ଖାଦ୍ୟ ଯାହା ପୁରୁଷଙ୍କ ସେକ୍ସ ସମ୍ୱନ୍ଧୀୟ ସମସ୍ୟା ଦୂର କରିଥାଏ । ଏହା ପୁରୁଷଙ୍କ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କିଛି ଦିନ ଯାଏଁ କିସ୍‌ମିସ୍‌ ଓ ମହୁ ସେବନ କଲେ ଅନେକ ସମସ୍ୟା ଦୂର ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଏହାକୁ ସେବନ କରିବା ଉଚିତ୍‌ ବୋଲି ଖାଦ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି । ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ କ୍ୟାନସର ହେବାର ଆଶଙ୍କା ଅଧିକ ରହିଥାଏ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ କିସ୍‌ମିସ୍ ଓ ମହୁରେ ଆଣ୍ଟି କ୍ୟାନସର ଇଲିମେଣ୍ଟ ରହିଛି । ଏହି ଆଣ୍ଟି କ୍ୟାନସର ଇଲିମେଣ୍ଟ ଶରୀରର ଯେକୌଣସି ଅଙ୍ଗରେ କ୍ୟାନସର ସେଲ୍ସକୁ ବଢ଼ିବାରେ ରୋକିଥାଏ ଓ କ୍ୟାନସର ଆଶଙ୍କାକୁ କମ କରିଥାଏ । ଏଣୁ ପ୍ରୋଷ୍ଟେଟ କ୍ୟାନସରରୁ ରକ୍ଷା ପାଇବାକୁ କିସ୍‌ମିସ୍ ଓ ମହୁର ସେବନ ନିଶ୍ଚୟ କରନ୍ତୁ । ସେହିଭଳି ଶରୀରରେ ମାଂସପେଶୀ ଓ ସେଲ୍ସକୁ ମଜବୁତ କରିବା ଏହି କିସ୍‌ମିସ୍‌ ଓ ମହୁର ସେବନ । ମହୁ ଓ କିସ୍‌ମିସ୍ ରେ ଥିବା ଟେଷ୍ଟୋଷ୍ଟୋରୋନ ହର୍ମୋନ ବୁଷ୍ଟିଙ୍ଗର ଗୁଣ ଶରୀରର ବିକାଶ ପାଇଁ ବିଶେଷ ଭାବରେ ସହାୟକ ହୋଇଥାଏ । ମହୁ ଓ କିସ୍‌ମିସ୍ ରେ ବହୁ ମାତ୍ରାରେ ମ୍ୟାଗନେସିୟମ ରହିଛି ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥାଏ ।

Tags: