ପିଏମ କେୟାର୍ସ ଫଣ୍ଡ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

Spread the News

ପିଏମ କେୟାର୍ସ ଫଣ୍ଡ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ, ଜାତୀୟ ତଥା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଭଳି ରିଲିଫ୍ ତଥା ସହାୟତା କାର୍ଯ୍ୟ ନିମନ୍ତେ ସ୍ୱେଚ୍ଛାକୃତ ଦାନ ଗ୍ରହଣ କରୁଥିବା ଏକ ପାଣ୍ଠି ହେଉଛି ପିଏମ କେୟାର୍ସ ଫଣ୍ଡ । ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିଏମ କେୟାର୍ସ ଫଣ୍ଡ ନାମକ ଏକ ରିଲିଫ ପାଣ୍ଠି ଆରମ୍ଭ ହୋଇଛି । କିନ୍ତୁ ଏହାର ସ୍ୱଚ୍ଛତା ଏବଂ ମିଳୁଥିବା ଟଙ୍କାକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଥିବାବେଳେ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି ।

Tags: