ଆନ୍ଧ୍ରପ୍ରଦେଶ ଷ୍ଟେରିନ୍ ଗ୍ୟାସ୍ ଲିକ୍ ମାମଲା: ଏଲଜି ପଲିମରର ନିର୍ଦ୍ଦେଶକ ଓ ଶୀର୍ଷ ପଦାଧିକାରୀ ଗିରଫ

Spread the News

ଗତ ମେ ମାସରେ ବିଶାଖା ପାଟଣାସ୍ଥିତ ଦକ୍ଷିଣ କୋରିଆ କମ୍ପାନୀ ଏଲ.ଜି. ପଲିମର୍ସ ଗ୍ୟାସ୍ ଲିକ୍‌ ଘଟଣାରେ ସଂସ୍ଥାର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ୧୧ ଜଣ କାର୍ଯ୍ୟନିର୍ବାହୀଙ୍କୁ ଗିରଫ କରାଯାଇଥିବା ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର କହିଛି। ମାମଲାର ତଦନ୍ତ କରୁଥିବା ହାଇପାୱାର କମିଟି (ଏଚପିସି) ମଙ୍ଗଳବାର ରିପୋର୍ଟ  ଦାଖଲ କରିଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ଏହି ଗିରଫଦାରୀ ହୋଇଥିବା ଜଣାପଡିଛି।

୭ ମେ ପ୍ରତ୍ୟୁଷରେ କମ୍ପାନୀରେ ଷ୍ଟେରିନ୍‌ ଗ୍ୟାସ୍‌ ଲିକ୍‌ ହେବାରୁ ଏହାର ୨ କିଲୋମିଟର ଭିତରେ ଥିବା ଗ୍ରାମ ଓ କଲୋନୀର  ହଜାର ହଜାର ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ କରୋନା ଲକଡାଉନ୍‌ ଚାଲିଥିବା ବେଳେ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା। କାରଖାନାକୁ ପୁଣି  ଉତ୍ପାଦନକ୍ଷମ କରିବା ଲାଗି ପ୍ରକ୍ରିୟା ଆରମ୍ଭ ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି।

ମାମଲାରେ ପୋଲିସ ଏଲ.ଜି ପଲିମର ଭାରତର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସଙ୍କି ଜେୟୋଙ୍ଗ, ବୈଷୟିକ ନିର୍ଦ୍ଦେଶକ ଡି.ଏସ୍.କିମ୍‌, ଆଡିସନାଲ ଅପରେସନ ଡାଇରେକ୍ଟର ପି.ପୁମାଚନ୍ଦ୍ର ମୋହନ ରାଓ ଏବଂ ଏଥିଲାଗି ଦାୟି ସମସ୍ତ ଇଞ୍ଜିନିୟରମାନଙ୍କୁ ଗିରଫ କରିଛି। ଏହି ମାମଲାରେ ବିଶାଖାପାଟଣା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଛି। 

Tags: