ବ୍ରାଇଡାଲ୍‌ ଲୁକ୍‌ରେ ଅଭିନେତ୍ରୀ ହିନା ଖାନ୍‌

Spread the News

ନାଲି ରଙ୍ଗର ଲେହେଙ୍ଗା, ହାତରେ ଚୂଡ଼ି ଓ ମେହେନ୍ଦି ଲଗାଇ ସମ୍ପୂର୍ଣ୍ଣ ବ୍ରାଇଡାଲ୍‌ ଲୁକ୍‌ରେ ଅଭିନେତ୍ରୀ ହିନା ଖାନ୍‌ ନିଜର ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ୱର୍ଗର ପରି ସଦୃଶ ଦେଖାଯାଉଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏହି ଲୁକ୍‌ର ଫଟୋ ଶେୟାର କରିବା ପରେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଅଗଣିତ ପ୍ରଶଂସକ । ଫଟୋଗୁଡ଼ିକ କୌଣସି ଫଟୋଶୁଟ୍‌ ସମୟର ଅଥବା ସେ ବିବାହ କରିବାକୁ ମନ ବଳାଇଛନ୍ତି ତାହା ଜଣାପଡ଼ିନାହିଁ । ମାତ୍ର ଏହି ଫଟୋକୁ ଦେଖି ସେ ଖୁବ୍‌ ସୁନ୍ଦର ବୋହୂ ସାଜିବେ ବୋଲି ତାଙ୍କର ଫ୍ୟାନ୍‌ମାନେ ପ୍ରକାଶ କରୁଛନ୍ତି । ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କହଲାତା ହୈ’ରୁ ନିଜର ପରିଚୟ ସୃଷ୍ଟି କରିଥିଲେ ହିନା । ଶୋ’ ଛାଡ଼ିବା ପରେ ସେ ବିଗ୍‌ବସ୍‌ରେ ନଜର ଆସିଥିଲେ । ଏବେ ତାଙ୍କୁ ଷ୍ଟାଇଲ୍‌ ଆଇକନ୍‌ ଭାବେ ଯୁବପିଢୀ ପସନ୍ଦ କରୁଛନ୍ତି । ନିଜର ବାକ୍‌ଚାତୁରୀ ସହ ଡ୍ରେସିଂ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ । ଏବେ ସେ ରକିଙ୍କ ପ୍ରେମରେ ପଡ଼ିଛନ୍ତି । ଏଣୁ ଖୁବ୍‌ଶୀଘ୍ର ବିବାହ କରନ୍ତୁ ବୋଲି ପ୍ରଶଂସକମାନେ ଚାହୁଁଛନ୍ତି । ଏବେ ସତରେ ହିନା ବିବାହ କରୁଛନ୍ତି, ନା ଏହା କେବଳ ରିଲ୍‌ ପାଇଁ ତାହା ଜାଣିବା ବାକି ରହିଲା ।