ଏବିଭିପିର ପ୍ରତିଷ୍ଠା ଦିବସ ଅବସରରେ ବିଜେପିର ରାଷ୍ଟ୍ରୀୟ ସଭାପତି ଟ୍ୱିଟ୍‌ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

Spread the News

ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ସଭାପତି ଜେପି ନଡା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଶ୍ରୀ ନଡ୍ଡା ଏ ନେଇ ଟ୍ୱିଟ୍‌ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଜାତୀୟତାବାଦର ଭାବନାରେ ପରିପୃଷ୍ଟ ଶକ୍ତିଶାଳୀ ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏହାର ପ୍ରତିଷ୍ଠା ଦିବସରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ବିଜେପି ସଭାପତି ଅନ୍ୟ ଏକ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଭାଗ୍ୟବାନ ଯେ ଏହି ସଂଗଠନରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବାର ସୁଯୋଗ ପାଇଥିଲି । ଜ୍ଞାନ ଏବଂ ଏକତାର ମନ୍ତ୍ର ସହିତ ଯୁବକମାନଙ୍କୁ ଉତ୍ସାହିତ କରି ଅଖିଳ ଭାରତୀୟ ବିଦ୍ୟା ପରିଷଦ ଛାତ୍ର ଶକ୍ତିରେ ସର୍ବଦା ସାମାଜିକ ସମନ୍ୱୟ ରକ୍ଷା କରିଆସୁଛି ଏବଂ ଗତ ୭୨ବର୍ଷ ଧରି ଦେଶର ପୁର୍ନନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି ବୋଲି ବିଜେପି ସଭାପତି ଏହି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

Tags: