ଖ୍ୟାତନାମା ହାସ୍ୟ ଅଭିନେତା ଜଗଦୀପଙ୍କ ନିଧନ

Spread the News

ଖ୍ୟାତନାମା ହାସ୍ୟ ଅଭିନେତା ତଥା ଭାରତୀୟ ଚଳଚ୍ଚିତ୍ର ପ୍ରେମୀଙ୍କ ଘରେ ଘରେ ଜଗଦୀପ ନାମରେ ପରିଚିତ ସୟଦ୍‌ ଇସ୍ତଆକ୍ ଅହମ୍ମଦ ଜାଫରିଙ୍କ ନିଧନ ହୋଇଯାଇଥିବାର ଦୁଃଖଦ ସୂଚନା ମିଳିଛି । ଜଗଦୀପ ତାଙ୍କ ମଞ୍ଚ ନାମ ଏବଂ ସେ ସେହି ନାମରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ତାଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କୁ ମୁମ୍ବାଇର ଶିଆ କବରସ୍ତାନଠାରେ ଆଜି କବର ଦିଆଯିବ ବୋଲି ଜଣାପଡ଼ିଛି । ୭୦ ଦଶକରୁ ଆରମ୍ଭ କରି ୯୦ ଦଶକ ଯାଏ ସେ ବଲିଉଡ୍‌ରେ ବେଶ ପ୍ରସିଦ୍ଧ ଅର୍ଜନ କରିପାରିଥିଲେ । ୧୯୭୫ ମସିହାର ପ୍ରସିଦ୍ଧ ଫିଲ୍ମ ଶୋଲେରେ ସେ ନିଭାଇ ଥିଲେ ସୁର୍‌ମା ଭୋପାଲି ଭୂମିକା । ସେହି ସୁର୍‌ମା ଭୋପାଲି ନାମରେ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏତଦ୍‌ବ୍ୟତୀତ ଅନ୍ଦାଜ୍‌ ଅପନା ଅପନା, ବ୍ରହ୍ମଚାରୀ ଏବଂ ନାଗିନ୍ ପରି ଫିଲ୍ମରେ ସେ ନିଖୁଣ ଅଭିନୟ କରି ସମସ୍ତଙ୍କ ନିକଟରେ ଲୋକପ୍ରିୟ ହୋଇପାରି ଥିଲେ ।