ଅନ୍ଧବିଶ୍ୱାସ ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

Spread the News

ପୁଣି ବନ୍ଧା ହେଲେ ଆଉ ଜଣେ ଭଣ୍ଡ ବାବା । ଗଜପତିରେ ଜଣେ ବାବା ମଧ୍ୟ ଏଭଳି ଏକ କାଣ୍ଡ କରି ଗିରଫ ହୋଇଛି । ଭଣ୍ଡବାବା ଶୌରା ରାଉଳ ନାଁରେ ପରିଚିତ । ଭଣ୍ଡବାବା ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ ହେବାନେଇ ଥାନାରେ ମାମଲା ରୁଜୁ କରାଯାଇଥିଲା । ଥାନାରେ ଏତଲା ପରେ ଭଣ୍ଡବାବାର ଗୁମର ଖୋଲିଛି । ଏବେ ଆତ୍ମଘୋଷିତ ବାବା ଶୌରା ରାଉଳ ଗିରଫ ହୋଇଛି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ବଡ଼ ଦେଉଳା ଠାରେ ଦୀର୍ଘ ବର୍ଷ ଧରି ମନ୍ଦିର ଓ ଆଶ୍ରମ ନିର୍ମାଣ କରି ପରିବାର ସହ ରହିଆସୁଥିଲା ଶୌରା । ମନ୍ଦିରରେ ପୂଜାନୀତି ଏବଂ ଆୟୁର୍ବେଦ ଚିକିତ୍ସା ଓ ଔଷଧ ପ୍ରଦାନ ନାଁରେ ଭକ୍ତଙ୍କ ଆକର୍ଷଣ ପାଲଟିଥିଲା । ଗତବର୍ଷ ଜୁନ୍ ମାସରେ ଏକ ଦମ୍ପତି ଗୁଣି ଗାରେଡି ହୋଇଥିବା ସନ୍ଦେହରେ ବାବାଙ୍କ ସହାୟତା ପାଇଁ ଆସିଥିଲେ । ଏହାର ଫାଇଦା ଉଠାଇ ବାବା ସେମାନଙ୍କୁ ପୃଥକ ରହିବାକୁ କହିଥିଲା ।  ଅନ୍ଧବିଶ୍ୱାସର ଆଳରେ ମହିଳାଙ୍କୁ ସମୟ ସମୟରେ ଦୁଷ୍କର୍ମ କରିଥିଲା । କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା ଭଣ୍ଡ ବାବା । ପରେ ସ୍ୱାମୀଙ୍କ ସହାୟତା ନେଇ ଥାନାରେ ଏତଲା ଦେଇଛନ୍ତି ମହିଳା । ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଏହା ସହିତ ସମ୍ପୃକ୍ତ ଭଣ୍ଡବାବାକୁ ଗିରଫ କରାଯାଇଛି ।

Tags: