ପଶ୍ଚିମବଙ୍ଗରେ ବିଧାୟକଙ୍କ ଝୁଲନ୍ତା ଶବ ଉଦ୍ଧାର

Spread the News

ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ଅନ୍ତର୍ଗତ ହେମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ  ଉଦ୍ଧାର କରାଯାଇଛି।

ତାଙ୍କୁ ହତ୍ୟା କରାଯିବା ପରେ ଝୁଲାଇ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।  ସ୍ଥାନୀୟଲୋକେ ମଧ୍ୟ ଦାବି କରିଛନ୍ତି ଯେ, ବିଜେପି ବିଧାୟକଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି। କିନ୍ତୁ, ପୁଲିସ କହିଛି ଯେ, ଶବ ବ୍ୟବଚ୍ଛେଦ ହେବାପରେ  ମୃତ୍ୟୁର କାରଣ ଜଣାପଡ଼ିବ। ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବକୁ ରାଇଗଞ୍ଜ୍ ଡାକ୍ତରଖାନାକୁ ପଠାଯାଇଛି।

ଟୁଇଟ୍ କରି ପଶ୍ଚିମବଙ୍ଗ ବିଜେପି କହିଛି, ଉତ୍ତର ଦିନାଜପୁରର ସଂରକ୍ଷିତ ଆସନ ହେମତାବାଦର ବିଜେପି ବିଧାୟକ ଶ୍ରୀ ଦେବେନ୍ଦ୍ରନାଥ ରାୟଙ୍କ ଶବ ବିନ୍ଦାଲ ଗାଁରେ ଥିବା ତାଙ୍କ ଘର ନିକଟରେ ଝୁଲିଥିବା ଅବସ୍ଥାରେ ମିଳିଛି। ଲୋକେ ସ୍ପଷ୍ଟ ଭାବେ କହୁଛନ୍ତି ଯେ, ପ୍ରଥମେ ତାଙ୍କୁ ହତ୍ୟା କରାଯାଇ ପରେ ଟାଙ୍ଗି ଦିଆଯାଇଛି। ତାଙ୍କ ଅପରାଧ କ’ଣ? ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ।

ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେପି ନେତା ନେତା ରାହୁଳ ସିହ୍ନା ରୟଙ୍କ ହତ୍ୟା‌ରେ ତୃଣମୂଳ କଂଗ୍ରେସ ସମ୍ପୃକ୍ତ ଥିବା କଥା ଦୋଷାରୋପ କରିଛନ୍ତି।

ପୂର୍ବରୁ ସିପିଆଇ(ଏମ୍) ବିଧାୟକ ଥିବା ରାୟ ଦଳ ବଦଳ କରି ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ।

Tags: ,