Date: July 21, 2020

Total 56 Posts

ସୀମାରେ ଡ୍ରାଗନ୍‌ର ଅନୁପ୍ରବେଶକୁ ତଦାରଖ କରିବ ‘ଭାରତ’

ଭାରତ ଓ ଚୀନ୍‌ ମଧ୍ୟରେ ସୀମାରେ ଚାଲିଛି ଛକାପଞ୍ଝା । ତେବେ ଏହାରି ଭିତରେ ଭାରତକୁ ମିଳିଛି ବଡ଼ ସଫଳତା । ଡିଆର୍‌ଡିଓ ଚଣ୍ଡିଗଡ଼ ଲ୍ୟାବ୍‌ ଦ୍ୱାରା ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଏକ ଡ୍ରୋନ୍‌, ଯାହାର ନାମ ‘ଭାରତ’

ଗଞ୍ଜାମ ଏସପିଙ୍କ ସୂଚନା: ସ୍ୱେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରିବେ ଜିଲ୍ଲାର ୧୨୦ ପୋଲିସ ଅଧିକାରୀ

କରୋନାରୁ ଆରୋଗ୍ୟ ଲାଭ କରିବା ପରେ ଗଞ୍ଜାମ ଜିଲ୍ଲାର ୧୨୦ ଜଣ ପୋଲିସ ଅଧିକାରୀ ସ୍ୱେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରିବେ ବୋଲି ଗଞ୍ଜାମ ଏସପି ବ୍ରିଜେଶ ରାୟ ଆଜି ସୂଚନା ଦେଇଛନ୍ତି । ଏସପି ଆହୁରି ମଧ୍ୟ କହିଛନ୍ତି ଯେ

ଆଣ୍ଟିବଡିଜ୍ ଉତ୍ପନ କରୁଥିବା ନୂତନ କରୋନା ଟିକା ବିକଶିତ କଲେ ବୈଜ୍ଞାନିକ

କରୋନା ଭାଇରସ୍‌ ଭାକସିନ ପାଇଁ ସାରା ବିଶ୍ଵର ବୈଜ୍ଞାନିକମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଏହି ସମୟରେ ଏକ ଅନୁସନ୍ଧାନ ଅନୁଯାୟୀ ବୈଜ୍ଞାନିକମାନେ ଏମିତି ଏକ କୋଭିଡ୍-୧୯ ଟିକା ବିକଶିତ କରିଛନ୍ତି, ଯେଉଁଥିରୁ ଆଣ୍ଟି ବଡିଜ୍ ଉତ୍ପନ ହେଉଛି ।

କରୋନା ମୁକାବିଲା: କଣ୍ଟାକ୍ଟ ଟ୍ରେସିଂ ପାଇଁ ରାଜଧାନୀରେ ଖୋଲିଲା ନିୟନ୍ତ୍ରଣ କକ୍ଷ

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା (କଣ୍ଟାକ୍ଟ ଟ୍ରେସିଂ) ଏକ ବଡ଼ ଆହ୍ୱାନ । ଏହି କଣ୍ଟାକ୍ଟ ଟ୍ରେସିଂ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ।

ରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗ ଦେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ !

ଶିବସେନା ସାଂସଦ ସଞ୍ଜୟ ରାଉତ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦଳର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାମ ମନ୍ଦିରର ‘ଭୂମି ପୂଜନ’ ପାଇଁ ଅଯୋଧ୍ୟା ଗସ୍ତ କରିବେ । ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା

ଡ୍ରାଗନ ଘେରାବନ୍ଦୀ ପାଇଁ ସୀମାରେ ନିୟୋଜିତ ହେବ ମିଗ-୨୯K

 ଭାରତ ଓ ଚୀନ ମଧ୍ୟ ହୋଇଥିବା ସୀମା ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତୀୟ ସେନାକୁ ସଶକ୍ତ କରିବାକୁ ଏଲଏସିରେ ନିୟୋଜିତ ହେବ ମିଗ-୨୯K ଯୁଦ୍ଧ ବିମାନ । ଦେଶର ଉତ୍ତର ସେକ୍ଟରରେ ଅପରେସନକୁ ଗତି ଦେବା ପାଇଁ ମିଗ-୨୯K ଯୁଦ୍ଧ ବିମାନକୁ

ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ଆସନ୍ତା ଅଗଷ୍ଟ ୯ ତାରିଖରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟପତି ରାମନାଥ କୋବିନ୍ଦ। ଏହି ଅବସରରେ ସମ୍ବଲପୁର ଜିଲ୍ଲା ମୁରା ଅଞ୍ଚଳର କଲମୀ ଗାଁର ୯୪ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ହେବ ସମସ୍ତ ସାମ୍ବାଦିକମାନଙ୍କ ରାପିଡ୍ ଆଂଟିଜେନ୍ ଟେଷ୍ଟ

ରାଜ୍ୟରେ କ୍ଷିପ୍ର ଗତିରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କରୋନା ଯୋଦ୍ଧାମାନେ ମଧ୍ୟ ବାଦ୍ ପଡୁନାହାନ୍ତି । ସମସ୍ତଙ୍କୁ କବ୍‌ଜା କରି ନେଉଛି ଏହି କିଲର ଭାଇରସ । ଏହାରି ଭିତରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ

କଟକରେ ହେବ ଆଉ ୪ଟି କୋଭିଡ଼ ହସ୍ପିଟାଲ

କରୋନା ସଂକ୍ରମଣର ମାତ୍ରା ଏବେ ହୁହୁ ହୋଇ ବଢିଚାଲିଛି । ଥମିବାର ନାଁ ନେଉନି । ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ କଟକ ଜିଲ୍ଲା ପାଇଁ ୧୫ କୋଟି ଟଙ୍କା ରାଜ୍ୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଘୋଷଣା

ଏଥର ଦୁବାଇରେ ଆୟୋଜନ ହେବ ଆଇପିଏଲ୍

ଆଇପିଏଲ୍ ୧୩ତମ ସଂସ୍କରଣକୁ ଅପେକ୍ଷା କରିଥିବା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଦୁବାଇରେ ଆୟୋଜନ ହେବ ଚଳିତ ସିଜିନ୍ ଆଇପିଏଲ୍ । ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏନେଇ ସୂଚନା ଦେଇଛନ୍ତି । ଏଥିପାଇଁ ସରକାରଙ୍କଠାରୁ ଅନୁମତି ମାଗିଛି ବିସିସିଆଇ

ସର୍ଜିଲ ଇମାମଙ୍କଠାରେ କରୋନା ପଜିଟିଭ ଚିହ୍ନଟ

ବିବାଦୀୟ ଯୁବ ନେତା ସର୍ଜିଲ ଇମାମ କରୋନା ଭାଇରସ କବଳରେ ପଡିଛନ୍ତି । ଉତେଜନା ସୃଷ୍ଟି କାରୀ ଭାଷଣ ଦେବା ଅଭିଯୋଗରେ ସେ ଗିରଫ ହୋଇ ଗୌହାଟୀ ଜେଲରେ ଅଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି