ଘରୋଇ କ୍ରିକେଟ ପ୍ରତିଯୋଗିତାରୁ ଅବସର ଘୋଷଣା କଲେ ଦିଲ୍ଲୀ ଅଲରାଉଣ୍ଡର ରଜତ ଭାଟିଆ

Spread the News

ଖ୍ୟାତନାମା ଅଲରାଉଣ୍ଡର ଭାବେ ଜଣାଶୁଣା ରଜତ ଭାଟିଆ ଘରୋଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଛନ୍ତି । ଦିଲ୍ଲୀର ଏହି ଷ୍ଟାର ଅଲରାଉଣ୍ଡର ଦୀର୍ଘ ୨୦ ବର୍ଷ ଧରି ଘରୋଇ କ୍ରିକେଟ ଖେଳିଛନ୍ତି । ୨୦୦୦ ମସିହାରେ ତାମିଲନାଡୁ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିବା ଏହି ଅଲରାଉଣ୍ଡର ପରବର୍ତ୍ତୀ ସମୟରେ ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ଦଳ ପକ୍ଷରୁ ମଧ୍ୟ ରଣଜୀ ଖେଳିଛନ୍ତି । ସେ ନିଜର ୨୦ ବର୍ଷ କ୍ୟାରିଅର ମଧ୍ୟରେ ୬୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ଏବଂ ୬୪ଟି ଲିଷ୍ଟ-ଏ ମ୍ୟାଚ ଖେଳି ୩୮୨୮ ଏବଂ ୧୫୪୫ ରନ ସ୍କୋର କରିଛନ୍ତି । ଏହା ସହ ପ୍ରଥମ ଶ୍ରେଣୀ କ୍ରିକେଟରେ ୭୬ଟି ୱିକେଟ ଏବଂ ଲିଷ୍ଟ-ଏ କ୍ରିକେଟରେ ୩୩ ଟି ୱିକେଟ ହାସଲ କରିଛନ୍ତି । ୬୦ଟି ଟି-ଟ୍ୱେଣ୍ଟି ମ୍ୟାଚରୁ ମଧ୍ୟ ସେ ୪୩୯ ରନ କରିଥିବାବେଳେ ୪୫ଟି ୱିକେଟ ନେଇଛନ୍ତି । ସେହିପରି ବିଭିନ୍ନ ଟିମ ପକ୍ଷରୁ ଆଇପିଏଲରେ ପ୍ରତିନିଧିତ୍ୱ କରିଛନ୍ତି । ସେ ୯୫ଟି ଆଇପିଏଲ ମ୍ୟାଚରୁ ୩୪୨ ରନ ସ୍କୋର କରିଥିବାବେଳେ ୭୧ଟି ୱିକେଟ ନେବାର କୃତିତ୍ୱ ହାସଲ କରିଛନ୍ତି । ଏଥିସହିତ ରଜତ ଭାଟିଆ ୨୦୧୨ରେ ଆଇପିଏଲ ବିଜେତା ଦଳର ସଦସ୍ୟ ହେବାର ମଧ୍ୟ ସୌଭାଗ୍ୟ ଲାଭ କରିଥିଲେ ।

Tags: